ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବେଷ୍ଟ ପୋଷ୍ଟ ଗ୍ରାଜୁଏଟ୍‌ ଏଥର ରିତୁରାଣୀ

ବଲାଙ୍ଗିର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ ପାଇ ସାରିଥିବା ବେଳେ ରିତୁରାଣୀ ଦାଶ ଏଥର ବେଷ୍ଟ ପୋଷ୍ଟ ଗ୍ରାଜୁଏଟ୍ ହୋଇଛିନ୍ତି ବୋଲି ଖବର ମିଳିଛି । ସ୍ନାତକୋତ୍ତର ଗଣିତରେ ସେ ୯.୧୭ ସିଜିପିଏ ହାସଲ୍‌ କରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ବେଷ୍ଟ ପୋଷ୍ଟ ଗ୍ରାଜୁଏଟ ହୋଇ ପାରିଛନ୍ତି । ସାହାଜବାହାଲର ଭକ୍ତଚରଣ ଦାଶ ଏବଂ ସ୍ୱର୍ଗତ ତପସ୍ୱନୀ ଦାଶଙ୍କ ସୁପୁତ୍ରୀ ହେଉଛନ୍ତି ରିତୁରାଣୀ । ତେବେ ତାଙ୍କ ଏହି ସଫଳତା ଯୋଗୁଁ ତାଙ୍କ ପରିବାରବର୍ଗ ତଥା ବନ୍ଧୁବର୍ଗରେ ଖୁସିର ଲହରି ସହ ବେଶ୍‌ ଉଲ୍ଲାସିତ ହୋଇଛନ୍ତି ।

Leave A Reply

Your email address will not be published.