ନିଷ୍ଠା ପରିବାର କଲେ ଶବଦାହ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ସମୟରେ ଧୁସରବାହାଲ, ସୋହେଲାର ଜଣେ ବ୍ୟକ୍ତିଙ୍କ କରୋନା ରୋଗରେ ମୃତ୍ୟୁବରଣ ହୋଥିଲେ । ପ୍ରଶାସନ ଠାରୁ ଖବର ପାଇ ତାଙ୍କ ନିଜ ସଂପର୍କିୟ କେହି ନଥିବାରୁ ନିଷ୍ଠା ପରିବାର ବଢାଇଛି ସାହାଯ୍ୟର ହାତ । କାଳବିଲମ୍ବ ନକରି ନିଷ୍ଠା ଟିମ୍ ପହଂଚି କାଠ ଯୋଗାଡ କରିବା ସହ ଶବଦାହ କରିଥିଲେ । ତାଙ୍କ ଦୂର ସଂପର୍କୀୟ ଜଣେ ମୁଖାଗ୍ନୀ ଦେଇଥିଲେ । ଏହି ଶବଦାହରେ ନିଷ୍ଠା ପରିବାରର ସଂପାଦକ ଅଶ୍ବିନୀ ତ୍ରିପାଠୀ, ଉପଦେଷ୍ଟା ବିଦ୍ୟାଧର ଭୋଇ, ସଦସ୍ୟ ବିରେନ୍ଦ୍ର ମହାନନ୍ଦ, ମାନସ ମେହେର, ଦୟାନିଧି ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.