ବୁଡାମାଲ କୁମ୍ଭାରପଡା ରାସ୍ତା କାର୍ୟ୍ୟ ସମାପ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମରେ ଏକ କଂକ୍ରିଟ୍ କରଣ କାର୍ୟ୍ୟ ସମାପ୍ତ ହୋଇ ଯାଇଛି । ବୁଡାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଚୁତର୍ଭୁଜ ମେହେରଙ୍କ ଉଦ୍ୟମରେ ପଞ୍ଚାୟତ ତରଫରୁ ବହୁତ ସୁନ୍ଦର ମଜବୁତ୍ କାର୍ୟ୍ୟ କରାଯାଇଛି । ଏହି ରାସ୍ତା ବୁଡାମାଲ ମୁଖ୍ୟ ରାସ୍ତାକୁ କୁମ୍ଭାରପଡା ଦେଇ ଚାରିଛକକୁ ସଂଯୋଗ ହୋଇଛି । କିନ୍ତୁ ବହୁ ବର୍ଷ ଧରି ଏହି ରାସ୍ତାଟି କଞ୍ଚାପଡି ରହିଥିଲା । ବୁଡାମାଲ ସରପଞ୍ଚ ଗାଁ ଲୋକଙ୍କ ସହ ବୁଝାମଣା କରି ତାଙ୍କର ଉଦ୍ୟମରେ କରାଯାଉଥିବାରୁ କଂକ୍ରିଟ୍ ରାସ୍ତାଟି ବେଶ ପ୍ରଶଂସାର ପାତ୍ର ପାଲଟିଛନ୍ତି ଚୁତର୍ଭୁଜ ମେହେର ।

Leave A Reply

Your email address will not be published.