ଛାତିଥରା ଘଟଣା : ଗୋଟିଏ ପରିବାର ୬ ଜଣଙ୍କ ମୃତଦେହ ମିଳିଲା

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ଼ରେ ଦେଖିବାକୁ ମିଳିଛି ଏକ ଛାତିଥରା ଘଟଣା । ଘର ଭିତରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିଥିବା ବେଳେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଅଁରାପଡ଼ାର ବୁଲୁ ଯାନୀ‌ଙ୍କ ପରିବାରରେ ଏହି ଘଟଣା ଘଟିଛି । ମୃତ ପରିବାରର ସଦସ୍ୟମାନେ ହେଲେ ବୁଲୁ ଯାନୀ(୫୦), ତାଙ୍କ ସ୍ତ୍ରୀ ଜ୍ୟୋତି (୪୮) ଏବଂ ସେମାନ‌ଙ୍କ ସନ୍ତାନ ସନ୍ତତି ସରିତା(୧୨), ବିଦ୍ୟା(୫), ଶ୍ରୀୟା (୩), ସଂଜୀବ(୨) । ତେବେ ମୃତଦେହ ଗୁଡ଼ିକ ଉପରେ କମ୍ବଳ ଘୋଡ଼ା ହୋଇଥିବା ଦେଖିବାକୁ ମିଳିଥିବା ରିପୋର୍ଟରେ କୁହାଯାଇଛି ।

ଘର ଭିତରେ କମ୍ବଳ ଘୋଡ଼ା ଅବସ୍ଥାରେ ପରିବାରର ୬ ଜଣଙ୍କ ସଦସ୍ୟ‌ଙ୍କ ମୃତ ଦେହ ପଡ଼ି ରହିଥିବା ନେଇ ସ୍ଥାନୀୟ ଲୋକ ପୋଲିସ୍‌କୁ ଖବର କରିଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଏବଂ ଅତିରିକ୍ତ ଏସପି ଉପସ୍ଥିତ ରହି ତଦ‌ନ୍ତ ଆର‌ମ୍ଭ କରିଛନ୍ତି ।

ତେବେ କେଉଁ କାରଣ ଯୋଗୁ ଏମାନଙ୍କର ମୃତ୍ୟୁ ଘଟିଛି ତାହା ଜଣାପଡ଼ିନାହିଁ । ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.