
ଗଞ୍ଜାମ, (କେପିଏନ୍ଏସ୍) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗୁପ୍ତ ସୂଚନା ଆଧାରରେ ପୋଲିସ ଚଢ଼ାଉ କରି ଏକ ବେଆଇନ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ କରିଛି । ଚଢ଼ାଉ ସମୟରେ ବିପୁଳ ପରିମାଣର ଅସ୍ତ୍ର ତିଆରି ସାମଗ୍ରୀ, ଦୁଇଟି ଦେଶୀ ବନ୍ଧୁକ, ଅର୍ଦ୍ଧନିର୍ମିତ ବନ୍ଧୁକ ଏବଂ ବିଭିନ୍ନ ଯନ୍ତ୍ରପାତି ଜବତ ହୋଇଥିବା ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇଜଣ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ପି. ଜଡ଼ାପଲି ଗ୍ରାମର ସୁବାସ ଗମାଙ୍ଗ ଓ ବିଦୁ ଦଳ ବେହେରା, ଏ ନେଇ ବୁଗୁଡ଼ା ଥାନାରେ ୩୮୧/୨୬ରେ ଏକ ବେଆଇନ ଅସ୍ତ୍ରଶସ୍ତ୍ର ମାମଲା ରୁଜୁ ହୋଇଛି । ଏହି ଘଟଣା ପଛରେ ଆଉ କିଏ କିଏ ଜଡ଼ିତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡଃ. ଦୀପକ କୁମାର ମିଶ୍ର ବୁଗୁଡ଼ା । ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ରୋକିବା ଦିଗରେ ଏହା ପୋଲିସର ଏକ ବଡ଼ ସଫଳତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।