jayashree

୭୭ତମ ବନ ମହୋତ୍ସବରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ ବୃକ୍ଷ ରୋପଣ

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ବନାଞ୍ଚଳ ଅନ୍ତର୍ଗତ ଧାଙ୍ଗ୍ରିନାଚା ଠାରେ ଆୟୋଜିତ ୭୭ତମ “ବନ ମହୋତ୍ସବ” କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କରିଛନ୍ତି ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀ । ଏହି ଅବସରରେ ସ୍ଥାନୀୟ ଜନସାଧାରଣ ଓ ବୀରମିତ୍ରପୁର ବନ ବିଭାଗର କର୍ମଚାରୀମାନଙ୍କ ସହ ମିଶି ବୃକ୍ଷରୋପଣ କରିବା ସହିତ ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା କଲେ ବିଧାୟକ ଶ୍ରୀ ତିର୍କୀ । “ଆସନ୍ତୁ ସମସ୍ତେ ମିଶି ଗୋଟିଏ ଲେଖାଏଁ ଗଛ ଲଗାଇବା ଏବଂ ଆମ ବୀରମିତ୍ରପୁରକୁ ସବୁଜ ସୁନ୍ଦର କରି ଗଢ଼ିତୋଳିବା କାର୍ଯ୍ୟକ୍ରମରେ ରାଉରକେଲା ଡିଏଫ୍ଓ ରବିକାନ୍ତ ମିନା, ରାଉରକେଲା ଏସିଏଫ୍ ସୁରଜିତ କୁମାର, ବୀରମିତ୍ରପୁର ବନ ଅଧିକାରୀ ଶୁଦେସ୍ନା ପ୍ରଧାନ, ବୀରମିତ୍ରପୁର ବିଧାୟକ ପ୍ରତିନିଧି ଶଶି ସାଗର, ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ, ଛାତ୍ର ନେତା ମହମ୍ମଦ ଏଯାଜ ଆଲମଙ୍କ ସମେତ ବନ ବିଭାଗର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଏହି ୭୭ତମ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।

Leave A Reply

Your email address will not be published.