csstore

ବରଗଡ-ନୂଆପଡ଼ା ରେଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବରଗଡ଼ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବରଗଡ଼ରୁ ନୂଆପଡା ରେଳ ଲାଇନ କେନ୍ଦ୍ର ପକ୍ଷରୁ ମଞ୍ଜୁରୀ ପରେ ବରଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ବରଗଡ଼ ସାଂସଦଙ୍କ ସମେତ ବରଗଡ଼ ଅଞ୍ଚଳର ଜନସାଧାରଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶୁଭେଚ୍ଛା ଜ୍ଞାପନ କରିବା ସହ ଶୀଘ୍ର ଉକ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ସାଂସଦ ପ୍ରଦୀପ ପୁରୋହିତଙ୍କ ଅନୁରୋଧକୁ ରକ୍ଷା କରି ଶୀଘ୍ର ଜମି ଅଧିଗ୍ରହଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବରଗଡ଼ ଅଞ୍ଚଳର ସମସ୍ତ ଜନସାଧାରଣ କୃତଜ୍ଞତା ଜ୍ଞାପନ କରିବା ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପଶ୍ଚିମ ଓଡିଶାବାସୀଙ୍କ ତରଫରୁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ । ଏହା ପ୍ରକୃତରେ ପଶ୍ଚିମ ଓଡିଶା ପାଇଁ ନୂଆଁଖାଇ ଭେଟି ହେବା ସହ ଐତିହାସିକ ପଦକ୍ଷେପ ବୋଲି ଆଲୋଚନା କରିଥିଲେ । ଉକ୍ତ ଧନ୍ୟବାଦ ଜ୍ଞାପନ କାର୍ଯ୍ୟକ୍ରମ ସମୟରେ ବରଗଡ଼ ସାଂସଦଙ୍କ ସମେତ ବରଗଡ଼ ଅଞ୍ଚଳର ଜନସାଧାରଣ କୈଳାସ ଦିଶ୍ରୀ, ପ୍ରିତେଶ ବହିଦାର, ରମେଶ ଗର୍ଗ, ସୁଶାନ୍ତ ନାଗ, ଆଶୁତୋଷ ସାହୁ ,ସତ୍ୟ ବେହେରା ନିଲାଞ୍ଚଲ ଦରୁଆନ, କୋକିଳ ସାହୁ, ସୁରେଶ ପଣ୍ଡା, ରାଜିନ୍ଦ୍ର ସେଠ, ଅରୁଣ ନାଏକ, ସୁନୀଲ ଅଗ୍ରୱାଲ, ଚିନ୍ମୟ ପଣ୍ଡା, ପ୍ରମୋଦ ମେହେର, ଯୁଗଳ ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.