ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ : ରାଉରକେଲାରେ କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲା ଆନୁକୁଲ୍ୟରେ ଏହାର କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ସଂସ୍ଥାନର ସଭାପତି ପ୍ରସନ୍ନ କୁମାର ବିନ୍ଧାଣି ସଭାପତିତ୍ୱ କରିଥିଲେ । ବିଶିଷ୍ଟ ସମାଜସେବୀ ତଥା ଚାମ୍ବର ଅଫ୍ କମର୍ସର ପ୍ରାକ୍ତନ ସଭାପତି ସୁନିଲ୍ କାୟଲ ଟ୍ରଷ୍ଟି ତଥା ସଂରକ୍ଷକ ରୂପେ ଯୋଗଦାନ କରିଥିଲେ । ସଂସ୍ଥାନର ପ୍ରବନ୍ଧନ ନ୍ୟାସୀ ତଥା ସମ୍ପାଦକ ଡ. ଜଗନ୍ନାଥ ଦାଶ ବିଗତ ବୈଠକର ଅନୁପାଳନ ରିପୋର୍ଟ ଉପସ୍ଥାପନ କରିବା ସହିତ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ଠାରେ ଅନୁଷ୍ଠିତ ହିନ୍ଦୀ ରଚନା ଲିଖନ ଓ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ବୋଲି କହିଥିଲେ । ଆସନ୍ତା ହିନ୍ଦୀ ଦିବସ ଉପଲକ୍ଷେ ବିଜୟୀ ପ୍ରତିଭାଗୀମାନଙ୍କୁ ପ୍ରମାଣପତ୍ର ଓ ଉପହାର ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଚୟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଦୀପିକା ମହିଳା ସଂହତିର ସଭାପତି, ସମ୍ପାଦକ ତଥା ସଦସ୍ୟା ସମାରୋହରେ ଉପସ୍ଥିତ ରହିବା ପାଇଁ ବୈଠକରେ ସ୍ଥିର କରାଗଲା । ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନିଆଗଲା । ସମସ୍ତ କଳାକାରଙ୍କୁ ପଦକ ପ୍ରଦାନ କରି ସମ୍ମାନିତ କରାଯିବାପାଇଁ ତଥା ବୈଠକରେ ଦୁଇଟି ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରାଗଲା । ଶେଷରେ ଉପ ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ଧନ୍ୟବାଦାର୍ପଣ ସହିତ ବୈଠକ ସମାପ୍ତ ହେଲା । ଏହି ବୈଠକରେ ଟ୍ରଷ୍ଟି ବିନୀତା ବିନ୍ଧାଣି, ସୁଶ୍ରୀ ସୁଶ୍ମିତା ପାଲ୍, ଶରତ ଚନ୍ଦ୍ର ପଣ୍ଡା, ସୁଦର୍ଶନ ପ୍ରସାଦ ଓ ଯୁଗ୍ମ ସମ୍ପାଦକ ରଶ୍ମି ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.