pakka

ଅଙ୍ଗନୱାଡି କେନ୍ଦ୍ରର ଦୂରାବସ୍ଥା, ଯାତାୟାତ ପାଇଁ ନାହିଁ ରାସ୍ତା

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମ ପଞ୍ଚାୟତ କାମପୁର ଗ୍ରାମ କନକପଡା ଅଙ୍ଗନୱାଡି କେନ୍ଦ୍ରର ଦୂରାବସ୍ଥା କହିଲେ ନସରେ । କେନ୍ଦ୍ରକୁ ଯାତାୟାତ ପାଇଁ ରାସ୍ତା ଟିଏ ନଥିବା ପଡାବାସୀ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଆଜିକୁ ଦୀର୍ଘଦିନ ହେଲା କାମପୁର ଗ୍ରାମ କନକପଡା ଅଙ୍ଗନୱାଡି କେନ୍ଦ୍ରରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଯାତାୟାତ କରିବାକୁ ପକ୍କା ରାସ୍ତା ଟିଏ ନାହିଁ । ଆଜିକୁ ୧୦ ବର୍ଷ ହେବ ନିର୍ମାଣ ହୋଇଥିବା ଏହି କେନ୍ଦ୍ରରେ ଗୃହ ଛାତରୁ ପାଣି ଝରୁଥିବା ଅଭିଯୋଗ ହେଉଛି । ତାର ରକ୍ଷଣାବେକ୍ଷଣ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ୱେ କୌଣସି ପଦକ୍ଷେପ ନେଉନଥିବା ପଡାବାସୀ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, କରୋନା ଯୋଗୁଁ ଅଙ୍ଗନୱାଡି ବନ୍ଦ ରହିଥିବା ବେଳେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଥିଲା । ହେଲେ ଉକ୍ତ ଅଙ୍ଗନୱାଡିକୁ ଯିବାଆସିବାରେ ପକ୍କା ରାସ୍ତାଟିଏ ନଥିବାରୁ ଅନେକ ଅସୁବିଧା ହେଉଥିବା ଅଭିଯୋଗ ହେଉଛି । କେନ୍ଦ୍ରରେ ଥିବା ନଲକୂପ ପାଣି ଫ୍ଲୋରାଇଡ଼ ଯୋଗୁଁ ନଳକୂପ ଜଳ ବ୍ୟବହାର କରୁନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏହି କେନ୍ଦ୍ରର ସମସ୍ୟାର ସମାଧାନ କରିବାକୁ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଦୁଯ୍ୟୋଧନ ମହାନନ୍ଦ, ଜୟଦେବ ସାଗର, ବିବେକାନନ ସମେତ ଗ୍ରାମର ବୃଦ୍ଧିଜୀବୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

4 × 1 =