pakka

କଣ୍ଟାବାଞ୍ଜିରେ ବିଜେଡିର ବିରାଟ ମୋଟର ସାଇକେଲ୍‌ ରାଲିି

bbehera
  • ନବୀନ ପଟ୍ଟନାୟକଙ୍କ ପ୍ରାର୍ଥିତ୍ୱକୁ ନେଇ ଆୟୁବ ଖାନ ଗୋଷ୍ଠିର ରାଲି

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ସୁପ୍ରିମୋ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥିତ୍ୱ ଘୋଷଣା ପରେ ଗୁରୁବାର ସନ୍ଧ୍ୟାରେ ବିଜେଡିର ଏକ ବିରାଟ ମୋଟର ସାଇକେଲ୍‌ ରାଲି ହୋଇଛି । ଏହି ମୋଟର ସାଇକେଲ୍‌ ରାଲିକୁ ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଗୋଷ୍ଠିଦ୍ୱାରା କରାଯାଇଛି । ଜିଲ୍ଲା ବିଜେଡି ସମ୍ପାଦକ ତଥା ଆୟୁବ ଖାନଙ୍କ ପୁଅ ଫିରୋଜ ଖାନଙ୍କ ନେତୃତ୍ୱରେ କରାଯାଇଛି । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥିତ୍ୱକୁ ନେଇ ସମର୍ଥନ ଜଣାଇ ରାଲି କରାଯାଇଛି । ରାଲିଟି ସ୍ଥାନୀୟ ଆଲିଶାନ ହୋଟେଲଠାରୁ ଏକ ବିରାଟ ମୋଟର ସାଇକେଲ୍‌ ଶୋଭାଯାତ୍ରାରେ ଇନ୍ଦିରା ଛକ, ଶାସ୍ତ୍ରୀ ଛକ, ଅଣ୍ଡର ଗ୍ରାଉଣ୍ଡ ଦେଇ ହୋଟେଲ ବନମାଲି ପ୍ୟାଲେସ୍‌ ଯାଏ ଦୀର୍ଘ ୩ କି.ମି. କରାଯାଇଥିଲା । ରାଲିରେ ମୁରିବାହାଲ ବ୍ଲକ ଚ୍ୟାରମେନ ହରିବନ୍ଧୁ ମେହେର, ଅମ୍‌ଜଦ୍‌ ଖାନ, ରୁପେଶ ବେହେରା ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଲକ ସହ କଣ୍ଟାବାଞ୍ଜି ଏନ.ଏ.ସି.ର ବିଜେଡି ପୁରୁଷ ମହିଳା କର୍ମି ସହସ୍ରାଧିକ ସଂଖ୍ୟାରେ ସାମିଲ ହୋଇ ନବୀନ ପଟ୍ଟନାୟକ ଜିନ୍ଦାବାଦରେ ସହର କମ୍ପି ଉଠିଥିଲା । ଏହି ରାଲିରେ ପାଟଣାଗଡ ବିଧାୟକ ସରୋଜ ମେହେର ଏବଂ ବିନିକା ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ନିରଞ୍ଜନ ପୁଝାରୀଙ୍କୁ ସ୍ୱାଗତ କରି ହୋଟେଲ ବନମାଲି ପ୍ୟାଲେସ୍‌ରେ ସମ୍ବର୍ଦ୍ଧନା ଦେଇଥିଲେ । କଣ୍ଟାବାଞ୍ଜି ପୋଲିସ ଦ୍ୱାରା ବ୍ୟାପକ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ କରାଯାଇଥିଲା । ଆଗାମୀ ଦିନରେ ମହିଳା ବିଜେଡି କର୍ମୀମାନଙ୍କ ମଧ୍ୟ ବିରାଟ ଶୋଭାଯାତ୍ରା କରାଯିବ ବୋଲି ଫିରୋଜ ଖାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

9 + eighteen =