pakka

ବିଜେପୁର ନିର୍ବାଚନ ମଣ୍ଡଳୀରେ କ’ଣ କରିଛନ୍ତି ଓ ବଲାଙ୍ଗିର ଜିଲ୍ଲା ପାଇଁ କ’ଣ କରିବେ, କଂଟାବାଂଜି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଶ୍ୱେତପତ୍ର ପ୍ରକାଶ କରନ୍ତୁ ମୁଖ୍ୟମନ୍ତ୍ରୀ : କୋଶଲବାଦୀ ନେତା ପ୍ରମୋଦ ମିଶ୍ର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେପୁର ନିର୍ବାଚନ ମଣ୍ଡଳୀରେ କ’ଣ କରିଛନ୍ତି ଓ ବଲାଙ୍ଗିର ଜିଲ୍ଲା ପାଇଁ କ’ଣ କରିବେ, କଂଟାବାଂଜି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଶ୍ୱେତପତ୍ର ପ୍ରକାଶ କରନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ଆଜି ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ଦାବୀ କରିଛନ୍ତି କୋଶଲବାଦୀ ନେତା ପ୍ରମୋଦ ମିଶ୍ର । ସେ କହିଛନ୍ତି ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ହିଂଜିଳି ସହ ବିଜେପୁର ଆସନରେ ନିର୍ବାଚନ ଲଢ଼ି ଜିତିଥିଲେ । କିନ୍ତୁ ପରେ ସେ ବିଜେପୁର ଆସନ ଛାଡ଼ିଦେବାରୁ ଉପନିର୍ବାଚନ ହୋଇଥିଲା । ଏଣୁ ଯଦି ଏଥର କଂଟାବାଂଜିରୁ ମୁଖ୍ୟମନ୍ତ୍ରୀ ବିଜୟୀ ହୁଅନ୍ତି, ତେବେ ତାହା ରଖିବେ ନା ଛାଡ଼ିଦେବେ, ତାହା ଭୋଟରଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଥିବା କହିଛନ୍ତି ପ୍ରମୋଦ । କୋଶଲବାଦୀ ନେତା ଶ୍ରୀ ମିଶ୍ର ପ୍ରଶ୍ନ କରିିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବିଜେପୁର ନିର୍ବାଚନ ସମୟରେ କରିଥିବା ଘୋଷଣା ଓ ପ୍ରତିଶ୍ରୁତି ଗୁଡ଼ିକ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନଥିବା ବେଳେ କଂଟାବାଂଜି ନିର୍ବାଚନ ମଣ୍ଡଳୀର ଲୋକେ ସେଭଳି ଠକାମୀର ଶିକାର ହେବେନାହିଁ ତ’? ଅନ୍ୟପକ୍ଷରେ ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାର ଉପାନ୍ତ ନିର୍ବାଚନ ମଣ୍ଡଳୀ କଂଟାବାଜିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ରହିଥିବା ବେଳେ ଦାଦନ ରାଜଧାନୀ ରୂପେ ପରିଚିତ ଏହି ଅଂଚଳର ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ଅଂଚଳର ଜନସାଧାରଣଙ୍କ ଅର୍ଥନୈତିକ ଅବସ୍ଥା ଖୁବ୍‌ ଦୁର୍ବଳ । ପୁଣି କଂଟାଂବାଂଜି ଅତୀତରେ ଅନେକ ସ୍କାମ୍‌ର ବେଳଭୂମି ପାଲଟିଥିଲା । ଏସବୁ ଦିଗରେ ତଥା ବଲାଙ୍ଗିର ଜିଲ୍ଲାରେ ଦୀର୍ଘ ଦିନରୁ ହୋଇଆସୁଥିବା ଦାବୀ ଓ ଲାଗି ରହିଥିବା ନାନାଦି ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ କୋଶଲବାଦୀ ନେତା ଶ୍ରୀ ମିଶ୍ର ଦାବୀ କରିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ରଙ୍କ ସହ ଅବଦୁଲ୍‌ ଜମାଲ ଖାନ୍‌, ରବି ମିଶ୍ର, ରଣରାଜ ସିଂହଦେଓ, ଶରତ ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

18 − thirteen =