jsm

ଭାରତୀୟ ସୈନ୍ୟଙ୍କ ସମ୍ମାନରେ ହୀରାକୁଦ ଡ୍ୟାମରେ ସ୍କେଟିଂ ରାଲି
୧୦ ସ୍କେଟରଙ୍କୁ ସ୍ଵର୍ଣ୍ଣ ପଦକ

csstore

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜୁନିୟର ଚେମ୍ବର ଇଣ୍ଟରନେସନାଲ (ଜେସିଆଇ) ପକ୍ଷରୁ ୭ ଦିନିଆ ଗ୍ରୀଷ୍ମ କାଳୀନ ସ୍କେଟିଂ କେମ୍ପ ଗତ ୩ରୁ ୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଆନନ୍ଦ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାଗପୁରର ରବିନ୍ଦ୍ର ମିଶାଲ ପ୍ରଶିକ୍ଷଣ ଦେଇଥିବା ବେଳେ ୫୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଇଥିଲେ । ଶେଷ ଦିନ ହୀରାକୁଦ ଡ଼େମ୍ ଉପରେ ଭାରତୀୟ ଜବାନଙ୍କ ସମର୍ଥନରେ ପ୍ରାୟ ୩ କିମିର ସ୍କେଟିଂ ରାଲି ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ନିତୁ ଅଗ୍ରୱାଲଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼ି ମୂରଳି କ୍ରିଷ୍ଣା, ପ୍ରକଳ୍ପ ନିର୍ଦ୍ଦେଶକ ସମିତ ପ୍ରଧାନ, ଜେସିଆଇ ଅତାବିରା ସଭାପତି ଚିନ୍ମୟ ମହାପାତ୍ର, ସଂପାଦିକା କାଜଲ ଅଗ୍ରୱାଲ ବିବି ଚୌଧୁରୀ, ଆର୍ ଏସ୍ ଭି କ୍ରିଷ୍ଣା ପ୍ରମୁଖ ଯୋଗ ଦେଇଥିଲେ । ୧୦ ଜଣ ସ୍କେଟର୍ ଯୁଗ୍କ ଭାବେ ସାଗ୍ନିଲ ସୁଭଙ୍କର ପଣ୍ଡା ଓ ସାୟଲ ଶୁଭଙ୍କର ପଣ୍ଡା, ଅଂଶିତା ଅଗ୍ରୱାଲ ଓ ନଭ୍ୟା ଅଗ୍ରୱାଲ, ଶିଭାଂଶ ଅଗ୍ରୱାଲ ଓ ନତାଶା ଅଗ୍ରୱାଲ, ରଜନିଶ ଲୁହା, ଅଭିକା ବାଙ୍କା, ସମ୍ରିଧି ମିତ୍ତଲ, ତେଜପ୍ରତାପ କୁରେସି, ନିକିତା ଶର୍ମା, ଅରବିନ୍ଦ ମେହେରଙ୍କୁ ସ୍ଵର୍ଣ୍ଣ ପଦକରେ ସମ୍ମାନିତ କରାଯାଇଥିଲା ।

yuvodaya
Leave A Reply

Your email address will not be published.