pakka

ରକ୍ତଦାନ ପାଇଁ ନାରୀ ସମାଜକୁ ଆହ୍ୱାନ କଲେ କାବ୍ୟଶ୍ରୀ ପ୍ରଧାନ

l2

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରକ୍ତଦାନ ପାଇଁ ନାରୀ ସମାଜ ପଛଘୁଞ୍ଚା ଦେଉଥିବା ବେଳେ ନିଜେ ରକ୍ତ ଦାନ କରି ନାରୀ ସମାଜକୁ ଆହ୍ୱାନ କରିଛନ୍ତି କାବ୍ୟଶ୍ରୀ ପ୍ରଧାନ । ମହୀମୁଣ୍ଡା ଗ୍ରାମର ଜମୁନା ଗଡତ୍ୟା (୬୫) ଗତ ଦୁଇ ଦିନ ହେଲା ଭୀମଭୋଇ ମେଡିକାଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତ ପରିମାଣ କମିବାରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ । ଜମୁନା ଗଡତ୍ୟାଙ୍କ ପୁତ୍ର ଲଲାଟେନ୍ଦୁ ଗଡତ୍ୟା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଖବର ପାଇ ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଦୁର୍ଗାପାଲି ଗ୍ରାମର ସକ୍ରିୟ ସଦସ୍ୟା କାବ୍ୟଶ୍ରୀ ପ୍ରଧାନ ୧୫ କିମି ଦୂରରୁ ଆସି ରକ୍ତଦାନ କଲେ । ରକ୍ତଦାନ କରି ନାରୀ ସମାଜକୁ ଉତ୍ସାହିତ କରିଥିବାରୁ କାବ୍ୟଶ୍ରୀଙ୍କୁ ବିଭିନ୍ନ ମହଳରୁ ପ୍ରଶଂସା କରାଯାଇଛି । ରକ୍ତଦାନ ସମୟରେ ପୁଇଁନ୍ତଲା ବ୍ଲକ ସଦସ୍ୟ ଜିତେନ୍ଦ୍ର ବିଶ୍ୱାଲ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

one × one =