csstore

ଶ୍ରୀ ଶ୍ରୀ ହନୁମାନ ଜୀ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ଅବସରରେ ନିଷ୍ଠାର ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ ଶ୍ରୀ ଶ୍ରୀ ହନୁମାନ ଜୀ ବିଗ୍ରହ ଓ ପ୍ରାସାଦର ଶୁଭ ପ୍ରତିଷ୍ଠା ଅବସରରେ ନିଷ୍ଠା ପରିବାର ଓ ହନୁମାନ ମନ୍ଦିର ପରିଚାଳନା କମିଟି, କଟାପାଲି, ବରଗଡ ଦ୍ୱାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ପଣ୍ଡିତ ଗୋପାଲ ମିଶ୍ର ପୂଜା ଅର୍ଚ୍ଚନା କରି ଫିତାକାଟି ଉଦ୍‌ଘାଟନ କରିଥିଲେ ଓ ରକ୍ତଦାତାଂକୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ବରଗଡ ରକ୍ତ ଭଣ୍ଡାର ଦ୍ୱରା ମୋଟ ୫୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିର ପରିଚାଳନାରେ ନିଷ୍ଠା ପରିବାରର ସଭାପତି ରକ୍ଷପାଳ ସାହୁ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, କଟାପାଲିର ସକ୍ରିୟ ସଦସ୍ୟ ପବନ ଷଡ଼ଙ୍ଗୀ, ଆଶୀର୍ବାଦ ଦାସ, ରୁପେଶ କର, ଜିତେନ୍ଦ୍ର ସାହୁ, ସାଜନ ସାହୁ, ମିନକେତନ ରାଉତ, ମାନସ ମେହେରଙ୍କ ସମେତ ମହିଳା ଶାଖାର ତ୍ରିପୁରା ସୁହୁଲା, ରୀନା ମହାରଣା ଏବଂ ନିଷ୍ଠାର ସଦସ୍ୟ ଓ ସଦସ୍ୟାମାନେ ସହଯୋଗ କରିଥିଲେ । ହନୁମାନ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ସକ୍ରିୟ ଅଂଶ ଗ୍ରହଣ କରି ଶିବିରକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.