csstore

କଟାପାଲି ଗାଁରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପଧାନ) : କରୋନା ସମୟରେ ରକ୍ତାଭାବକୁ ଦୂର କରିବା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱବଧାନରେ ଆଜି କଟାପାଲି ଗାଁ ଜବାହର ଯୁବକ ସଂଘ କ୍ଲବ(ରାମଜୀ ମଣ୍ଡପ) ପ୍ରାଙ୍ଗଣରେ ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବରଗଡ ରକ୍ତ ଭଣ୍ଡାର ଦ୍ୱରା ସର୍ବମୋଟ ୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରକୁ ମୁଖ୍ୟ ଅତିଥି ବିଧାୟକ ଦେବେଶ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଯୁବ ସଂଗଠକ ଉମେଶ ଚନ୍ଦ୍ର ପଣ୍ଡା ଓ ଡାକ୍ତର ରାଜେଶ ତ୍ରିପାଠୀ ଫିତା କାଟି ଉଦ୍‌ଘାଟନ କରିଥିଲେ । ଏଥିରେ ଜୀବନ ବିନ୍ଦୁର ଜିଳ୍ଲା ସହ ସଂଯୋଜକ ଅଶ୍ୱିନୀ ତ୍ରିପାଠୀ, କଟାପାଲି ସରପଞ୍ଚ ଶ୍ରୀମତୀ ଯମୁନା ସାହୁ, ଭିଷ୍ମ ଦେବ ଦାଶ, ଆଶିଷ କର ପ୍ରଫୁଲ୍ଲ ମହଣା, ରମେଶ ସାହୁ, ମାନସ ମେହେର, ଅନନ୍ତ ସାହୁ, ସୁଦିପ ଦାଶ, ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.