pakka

ନିଷ୍ଠା ପରିବାର ଓ ମେଭିଶ ପେଟ୍ରୋଲ ପମ୍ପର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

bbehera

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ନିଷ୍ଠା ପରିବାର ଓ ମେଭିଶ ପେଟ୍ରୋଲ ପମ୍ପର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଭେଡେନ ରୋଡ ସ୍ଥିତ ନୂଆଗଡଠାରେ ଅନୁଷ୍ଠିତ ହୋଇଯାଇଅଛି । ମେଭିସ ପେଟ୍ରୋଲ ପମ୍ପର ଦ୍ଵିତୀୟ ସ୍ଥାପନା ଦିବସ ପାଳନ ଅବସରରେ ରକ୍ତଦାନ ଶିବିର କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଏହାର ମାଲିକ କରୁଣାକର ସାହୁ । ଏହି ଶିବିରକୁ ବରଗଡ଼ ସେଣ୍ଟ୍ରାଲ ବ୍ୟାଙ୍କର ମ୍ୟାନେଜର ସୁମିତ ସାହୁ ଓ ତାଙ୍କ ପତ୍ନୀ ଫିତା କଟି ଶୁଭାରମ୍ଭ କରିଥିଲେ । ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ୍ ୬୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ପେଟ୍ରୋଲ ପମ୍ପକୁ ଆସୁଥିବା ଗ୍ରାହକମାନେ ଅତ୍ୟନ୍ତ ଖୁସି ମନରେ ରକ୍ତଦାନ କରିଥିଲେ । ଏହି ଶିବିରକୁ କରୁଣାକର ସାହୁ, ତ୍ରିମଲ ସାହୁ, ଚିତ୍ରସେନ ସାହୁଙ୍କ ସହ ନିଷ୍ଠାର ଉପଦେଷ୍ଟା ଦୂର୍ବାଦଳ ଷଢ଼ଙ୍ଗୀ, ଖଗେଶ୍ୱର ସାହୁ, ଜୟନ୍ତ ପ୍ରଧାନ, ରାତ୍ର ପ୍ରଧାନ, ବିଦ୍ୟାଧର ଭୋଇ, ହେମାଞ୍ଚଲ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସଭାପତି ରକ୍ଷାପାଲ ସାହୁ, ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୂଲା ପ୍ରମୁଖ ପରିଚାଳନା କରିଥିଲେ । ନିଷ୍ଠା ପରିବାର ତରଫରୁ ମେଭିସ ପେଟ୍ରୋଲ ପମ୍ପକୁ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.

fifteen − one =