pakka

ସିଲେଟକାନି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଟ୍ରାଇବ୍ରେକରେ ନାଇକେନସିରା ଚାମ୍ପିୟାନ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୪ ଦିନ ଧରି ଦେଓଗାଁ ବ୍ଲକର ବଡବନ୍ଧ ସ୍ଥିତ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲର ଖେଳ ପଡ଼ିଆରେ ସିଲେଟକାନି ଗାଁର ରୋୟାଲ ଷ୍ଟାର ଫୁଟବଲ ଏସୋସେସନ୍‌ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୧୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ସମରା ଓ ନାଇକେନଶିରା ମଧ୍ୟରେ ଅନୁଷ୍ଠିତ ହୋଇଥିବା ଫାଇନାଲ ଖେଳରେ ଉଭୟ ଗୋଟିଏ ଗୋଟିଏ ଗୋଲ ସୀମିତ ରହିଥିବାରୁ ଟ୍ରାଇବ୍ରେକର ସାହାଯ୍ୟ ନିଆଯାଇଥିଲା । ଏଥିରେ ନାଇକେନଶିରା ଦଳ ୫/୪ ଗୋଳରେ ଚମ୍ପିୟାନ ହୋଇଛି । ଉଦଯାପିତ ଦିନରେ ୧୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସୁଶୀଳ ଚାନ୍ଦ, ଦେଓଗାଁ ବ୍ଳକର ପୂର୍ବ ଅଧ୍ୟକ୍ଷ ଲକ୍ଷଣ ମେହର ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ପୁରସ୍କାର ବଣ୍ଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବଡବନ୍ଧ ସରପଞ୍ଚ ଧୁବଳେଶ୍ୱର ରାଉତ, ଧଣ୍ଡାମାଲ ସରପଞ୍ଚ ଦୟାନିଧି ଖମାରୀ, ଡା ଶଶୀ ଭୁଷଣ ସାହୁ, ଯୁବ ନେତା ଶୈଳେନ୍ଦ୍ର ସାହୁ, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ଚୈତନ୍ୟ ପଟେଲ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ସ୍କୋର ଭାବେ ସୁଶାନ୍ତ ଭୋଇ (ସମରା), ଶ୍ରେଷ୍ଠ ଗୋଲ କିପର ସଞ୍ଜନ୍ କୁଦେଇ (ନାଇକେନଶିରା) ଫାଇନାଲ ଖେଳର ଶ୍ରେଷ୍ଠ ଖେଳାଳି ଭାବେ ଅଜିତ ଭୋଇ (ସମରା) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଜିତୁ ମେହେର (ନାଇକେନଶିରା)ଙ୍କୁ ସମ୍ମାନିତ ଅତିଥିମାନେ ପୁରସ୍କୃତ କରିଥିଲେ । ଆଜିର ଖେଳକୁ ଶଶୀ ବେହେରା ପରିଚାଳନା କରିଥିବା ବେଳେ ଜିତୁ ବଗର୍ତ୍ତୀ ଓ ରାକେଶ ଗଡ଼ତ୍ୟା ଲାଇନମେନ ଭାବରେ ସହଯୋଗ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟିର ସଦସ୍ୟ ଲଷ୍ମୀକାନ୍ତ ମେହେର, ରାଜୁ ବେହେରା, ଭଗବାନ ବେହେରା, ରୀଙ୍କୁ ବେହେରା, ସୁଦାମ ଦୀପ, ଚନ୍ଦ୍ରମଣି ଦଣ୍ଡସେନା, ବିନୋଦ ନାଗ, ପ୍ରଦୀପ ଦୀପ, ସୁଦାମ ଦୀପ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

19 + fifteen =