pakka

ଓଡିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାରର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

bbehera

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଓଡିଶା ଡ୍ରାଇଭର ମହାସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ଦ୍ୱିତୀୟ ଥର ମହୁଲ ପାଲି ବଜାର ପ୍ରାଙ୍ଗଣ, ଭେଡେନ, ବରଗଡ଼ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସର୍ବମୋଟ୍ ୭୧ ୟୁନିଟ୍ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ସଂଗୃହୀତ ହୋଇଥିଲା । ବିଗତ ଦିନରେ ମଧ୍ୟ ୧୦୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଡ୍ରାଇଭର ଭାଇମାନେ ଯେ କେବଳ ଗାଡ଼ି ଚଲାନ୍ତି ତାହା ନୁହେଁ, ନିଜ ରକ୍ତ ଦେଇ ଅମୁଲ୍ୟ ଜୀବନ ବଞ୍ଚାଇବାରେ ସେମାନେ ମଧ୍ୟ ବଦ୍ଧପରିକର । ଆଗମୀ ଦିନରେ ମଧ୍ୟ ରକ୍ତଦାନ ଶିବିର ଭଳି ମହତ କାର୍ଯ୍ୟ ଜାରି ରହିବ ବୋଲି ସଂଘ କହିଛି । ରକ୍ତ ଦାନ ଶିବିର ଆୟୋଜନ କରିଥିବାରୁ ଓଡ଼ିଶା ରକ୍ତଦାତା ସଂଘକୁ ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଶିବିରକୁ ଡ୍ରାଇଭର ସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ବରଗଡ ଜିଲ୍ଲା ସଭାପତି ନିଲାମ୍ବର ସାହା ଭେଡେନ ବ୍ଲକ ସଭାପତି ଅଶୋକ କର୍ମୀଙ୍କ ସହ ଭେଡେନ ବ୍ଲକର କର୍ମକର୍ତ୍ତା ଓ ନିଷ୍ଠା ପରିବାରର ଉପଦେଷ୍ଟା ଉମେଶ ପ୍ରଧାନ, ଜୟନ୍ତ ପ୍ରଧାନ, ଝସକେତନ ସାହୁ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.

4 × 3 =