csstore

ସର୍ବାଙ୍ଗ ଦାନ କରିଥିବା ସ୍ୱର୍ଗତ ଚମ୍ପାବତୀ ପ୍ରଧାନଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବିଶ୍ଵ ଅଙ୍ଗଦାନ ଦିବସରେ ନିଜର ସର୍ବାଂଗ ଦାନ କରିଥିବା ସ୍ୱର୍ଗତ ଚମ୍ପାବତୀ ପ୍ରଧାନଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଟିହିଁକିପାଲି, ଭେଡେନ ଠାରେ ଅନୁଷ୍ଠିତ ହୋଇଥିଲା । ଶିବିରକୁ ଗୌର ଚନ୍ଦ୍ର ପାଣଗ୍ରାହୀ ଫିତା କାଟି ଉଦ୍ଘାଟନ କରିଥିବା ବେଳେ ଶିବିରରେ ସର୍ବମୋଟ ୩୮ୟୁନିଟ୍ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା । ସ୍ୱର୍ଗତ ଗଙ୍ଗାଧର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ସ୍ୱର୍ଗତ ଚମ୍ପାବତୀଙ୍କ ସ୍ମୁତିରେ ଏକ ଶ୍ରଦ୍ଧଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ତାଙ୍କର ଦୁଇ ପୁଅ ରାମେଶ୍ୱର ପ୍ରଧାନ, ଉମେଶ ପ୍ରଧାନଙ୍କ ସମେତ ତାଙ୍କ ଝିଅ, ବୋହୁ, ନାତି, ନାତୁଣୀ, ସମ୍ପର୍କୀୟ ତଥା ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସର୍ବାଙ୍ଗ ଦାନ କରିଥିବା ସ୍ୱର୍ଗତ ଦମ୍ପତ୍ତିଙ୍କ ଏଭଳି ନିଷ୍ପତ୍ତିକୁ ସମସ୍ତେ ଭୂୟସି ପ୍ରଶଂସା କରିବା ସହ ଆଗାମୀ ଦିନରେ ପ୍ରେରଣାର ଉତ୍ସ ହେବ ବୋଲି ମତ ପ୍ରକାଶ କରିଥିଲେ । ନିଷ୍ଠାର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀଙ୍କ ସମେତ ସଦସ୍ୟ ମାନେ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଥିଲେ ଓ ନିଷ୍ଠାର ସହ ସମ୍ପାଦକ ମଦନ ମୋହନ ଦାସ ସଭା ପରିଚାଳନା କରିଥିଲେ । ଉଭୟଙ୍କ ସର୍ବାଙ୍ଗ ଦାନ ଦ୍ଵାରା ସମାଜରୁ ଅନ୍ଧତ୍ବ ଦୂରୀକରଣ ଏବଂ ଡାକ୍ତରୀ ଶିକ୍ଷା ଓ ଗବେଷଣାର ବିକାଶ ପାଇଁ ନିଷ୍ଠା ପରିବାର ଓ ବୁର୍ଲା ରକ୍ତ ଭଣ୍ଡାର ତରଫରୁ ତାଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

jayashree
Leave A Reply

Your email address will not be published.