csstore

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ : ଓଡିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀରେ ବଲାଙ୍ଗିର ବିଜେଡି ଓଡିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ସ୍ଥାନୀୟ ରକ୍ତଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି । ମୋ ପରିବାର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀ(ବିନୁ)ଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ରକ୍ତଦାନ ଶିବିରରେ ବିଜୁ ଯୁବ ଜନତା ଦଳର ସଭାପତି ରାଜେନ୍ଦ୍ର ହୋତା, ଛାତ୍ର ସଭାପତି ଗୁଞ୍ଜ ଖାନ, ରାଜ୍ୟ ଛାତ୍ର ସମ୍ପାଦକ ସୁମନ ନନ୍ଦ, ଜିଲା ଆଇଟି ସଂଯୋଜକ ବିଭୂତି ଭୂଷଣ ମିଶ୍ର, ଯୁବ ଉପସଭାପତି ନୀତେଶ ଅଗ୍ରୱାଲ, ସମ୍ପାଦକ କୁନାଲ ସରକାର, ଲୋଇସିଂହା ବ୍ଲକ ଯୁବ ସଭାପତି ପ୍ରକାଶ ମହାରଣା, ଜିଲା ଛାତ୍ର ଉପସଭାପତି ଟିବୁଲୁ କଦମ, ବରିଷ୍ଠ ନେତା ଓମକାର ନାୟକ, ନୃସିଂହ ବାଗ, ଶିବ ପ୍ରସାଦ ବେହେରା, ଜିତେନ୍ଦ୍ର ସ୍ୱାଇଁ, ଭଗବାନ ବଗର୍ତ୍ତୀ, ପ୍ରଦୀପ ସାହୁ, ବୈଷ୍ଣବ ସାହୁ, ସଂଜୀବ ମିଶ୍ର, ସଂଜୀବ ନାଥ, ସନ୍ତୋଷ ଦନ୍ତା, ନିହାର ରଞ୍ଜନ ସ୍ୱାଇଁ, ସ୍ୱରୂପ ଦାସ, ପ୍ରଦୀପ ପରୁଆ, ଅଂଶୁମାନ ଗୁରୁ, ଦୀପକ ପଣ୍ଡା,ତେଜରାଜ ଚୈାଧୁରୀ, ମହେନ୍ଦ୍ର ବାଗ, ଶମ୍ଭୁ ଚୋପଦାର ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.