csstore

ବଲାଙ୍ଗିର ଦିନ୍‌ ପାଇଁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

  • ମାଁ ମାଟି ଦିନ୍‌ ଲାଗି ୫୧ ଜଣ ରକ୍ତ ଦେଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ନଭେମ୍ବର୧ ତାରିଖ ବଲାଙ୍ଗିର ଦିନ୍‌ ପାଳନ ଅବସରରେ ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗର ଜୁନିୟର ରେଡକ୍ରସ ତରଫରୁ ବଲାଙ୍ଗିର ରକ୍ତ ସଂଗ୍ରହ କେନ୍ଦ୍ରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗିରରେ ବଲାଙ୍ଗିର ଜିଲ୍ଲା ରେଡକ୍ରସ ସେକ୍ରେଟେରୀ ସସ୍ମିତା ପଧାନ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଦିନ କମିଟିର ସଭାପତି ଗୋପାଳଜୀ ପାଣିଗ୍ରାହୀ, କାର୍ଯ୍ୟକାରୀ କମିଟି ସଭ୍ୟ ଲୋଟସ ଷଡଙ୍ଗୀ, ବିଭୁ ମିଶ୍ର, ସୋମନାଥ ମିଶ୍ର, ବିନୋଦ କାଲସାଏ, ଅନିଲ ମୋଦୀ, ସୁବ୍ରତ ଖଣ୍ଡୁଆଳ, ସଙ୍ଗୀତା ଦାଶ, ହିମାନୀ ତ୍ରିପାଠୀ, ଶ୍ୱେତା ପଟ୍ଟନାୟକ, ପୂଜା ସାହୁ, ମୌସୁମୀ ଚାଟାର୍ଜୀ, ରକ୍ତବୀର ପ୍ରଭାକର ଛନ୍ଦ, ରେଡକ୍ରସ କର୍ମୀ ରବିଚନ୍ଦ୍ର ପଶାୟତ, ପ୍ରଧାନ ଶିକ୍ଷକ ସତ୍ୟଜିତ ପଟ୍ଟନାୟକ ଯୋଗ ଦେଇଥିଲେ । ଅତିଥିଗଣ ରକ୍ତର କିଛି ବିକଳ୍ପ ନାହିଁ ମତବ୍ୟକ୍ତ କରିବା ସହ ମାଆ ମାଟି ପାଇଁ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଶୁଭେଚ୍ଛା ପ୍ରଦାନ କରିଥିଲେ । ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ଦେବେଶ ହୋତା, ମନରଞ୍ଜନ ପରିଡା, ସମୀର ସେଠି, କୃପାସିନ୍ଧୁ ମିଶ୍ର, ସୁଦର୍ଶନ ଦାଶ, ହିମାଂଶୁ ଶେଖର ବିଶ୍ୱାଳ, ସମାଜସେବୀ ପରମେଶ୍ୱର ବାଘ, ଜୁନିୟର ରେଡକ୍ରସ କାଉନ୍‌ସିଲର ଚନ୍ଦ୍ର ଶେଖର ସେଠ, ଘନଶ୍ୟାମ ମେହେର, ଦୁର୍ଯ୍ୟୋଧନ ପଶାୟତ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଜୁନିୟର ରେଡକ୍ରସ କାଉନ୍‌ସିଲର ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ ।

jayashree
Leave A Reply

Your email address will not be published.