jayashree

ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଲେ ସ୍ୱାମୀ ସ୍ତ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ରକ୍ତର ଘୋର ଅଭାବ ମଧ୍ୟ ରହିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲା ନାରୀ ଶକ୍ତି ଫାଉଣ୍ଡେସନର ଚେଷ୍ଟାରେ ଆଜି ଜଣେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି ସ୍ୱାମୀ ସ୍ତ୍ରୀ । ସୂଚନା ମତେ ଜଣେ ଗୁରୁତର ରୋଗୀଙ୍କୁ ଏ ପୋଜିଟିଭ ରକ୍ତର ଆବଶ୍ୟକ ରହିଥିଲା ତେବେ ଖବର ପାଇବା ପରେ ନାରୀ ଶକ୍ତି ଫାଉଣ୍ଡେସନର ସମ୍ପାଦିକା ନୂତନ ମିଶ୍ରଙ୍କ ଚେଷ୍ଟାରେ ଅକ୍ଷୟ ମହାପାତ୍ର ଓ ବିଜୟ ଲଷ୍ମୀ ମହାପାତ୍ର ଦୁହେଁ ସ୍ୱାମୀ ସ୍ତ୍ରୀ ଭୀମ ଭୋଇ ମେଡ଼ିକାଲ କଲେଜ ରକ୍ତ ଭଣ୍ଡାରରେ ରକ୍ତଦାନ କରିଛନ୍ତି । ତେବେ ସ୍ୱାମୀ ସ୍ତ୍ରୀଙ୍କ ଏଭଳି ମାନବିକତାକୁ ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଂସଶାର ସୁଅ ଛୁଟୁଛି ।

Leave A Reply

Your email address will not be published.