oom

କିଡ଼୍‌ନି ରୋଗୀଙ୍କୁ ରକ୍ତଦାନ କରି ସହାୟତା କଲା ଜାଗୃତି ଚାରିଟେବୁଲ ଫାଉଣ୍ଡେସନ

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାନ୍ଧନପାଲି ଗାଁର ଲଲିତା ଧରୁଆ (୩୫) କିଡ଼୍‌ନି ରୋଗରେ ପିଡିତ ଥିବା ବେଳେ ତାଙ୍କୁ ବି ପୋଜିଟିଭ ରକ୍ତ ଦରକାର ପଡିଥିଲା । ଏହି ଖବର ପାଇବା ପରେ ତୁରେକେଲା ବ୍ଲକ ମହୁଲପାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଇନ୍ଦିମାଲ ନିବାସୀ ତଥା ଜାଗୃତି ଚାରିଟେବୁଲ ଫାଉଣ୍ଡେସନର ସଦସ୍ୟ ସନ୍ତୋଷ ତାଣ୍ଡି ତୁରନ୍ତ ପଦକ୍ଷେପ ନେଇ ଖପ୍ରାଖୋଲ ବ୍ଲକ ବେନ୍ଦେର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଦିମାଲ ନିବାସୀ ଋଷି ସୁନାଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିଲେ । ଖବର ପାଇ ତୁରନ୍ତ ଋଷି ସୁନା କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାକୁ ପହଞ୍ଚି ରକ୍ତଦାନ କରିଥିଲେ । ଏହି ଅବସରରେ ଜାଗୃତି ଚାରିଟେବୁଲ ଫାଉଣ୍ଡେସନର ସଦସ୍ୟମାନଙ୍କୁ ଲଲିତା ଧରୁଆଙ୍କ ସ୍ଵାମୀ ଲଛମନ ଧରୁଆ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.