ଅନଙ୍ଗଉଦୟ ସିଂଦେଓଙ୍କ ଜନ୍ମ ଦିନରେ ବିଜେଡିର ରକ୍ତଦାନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଓ ସାଂସଦ ଅନଙ୍ଗଉଦୟ ସିଂଦେଓଙ୍କ ୭୫ତମ ଜନ୍ମ ଦିବସରେି ବିଜେଡି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସକାଳୁ ବିଜେଡି ଦଳ ତରଫରୁ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ରୋଗୀଙ୍କୁ ଫଳ ବଂଟନ କରାଯାଇଥିଲା । ପରେ ଦିନ ୧୦ଟାରେ ବଲାଙ୍ଗିର ପେଲେସ ଲାଇନର ମୀନା ଟେଣ୍ଟ ହାଉସ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କେବଳ ବଲାଙ୍ଗିର ନୁହଁ ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୭ଟି ଯାକ ବିଧାନସଭା କ୍ଷେତ୍ରରେ ବିଜେଡି କର୍ମୀଙ୍କ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ କରାଯାଇଛି । ବିଜେଡିଦଳର ବରିଷ୍ଠ ରାଜ୍ୟ ସଂପାଦକ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ଯୁବନେତା ଅର୍କେଶ ନାରାୟଣ ସିଂଦେଓ, ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, ଜୀବନବିନ୍ଦୁ ସଂଯୋଜକ ସାଗର ସଂଗମ ଶତପଥିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ୱଇଚ୍ଛାରେ ରକ୍ତଦାତାମାନେ ଆସି ରକ୍ତଦାନ କରିଥିଲେ । ବଲାଙ୍ଗିର ଶିବିରରେ ବଲାଙ୍ଗିର ସହର,ଦେଓଗାଁ ଓ ସଦରବ୍ଲକ ଅଞ୍ଚଳର ୭୫ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । ଏହି ଶିବିରରେ ଯୁବନେତା ଅର୍କେଶ ନାରାୟଣ ସିଂଦେଓ ଓ ତାଙ୍କ ପତ୍ନୀ ଅଦ୍ରୀଜା ମଞ୍ଜରୀ ସିଂଦେଓ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ବିଜେଡିର ଉପସଭାପତି ପ୍ରଦୀପ ଗୁରୁ, ସଦରବ୍ଲକ ଅଧ୍ୟକ୍ଷ ଗୁଲାବ ବାଗ, ପୂର୍ବତନ ଦେଓଗାଁ ବ୍‌କ ଅଧ୍ୟକ୍ଷ ତଥା ବିଡିସିସି ବ୍ୟାଙ୍କର ସଭାପତି ଲକ୍ଷ୍ମଣ କୁମାର ମେହେର, ପୂର୍ବତନ ପୌରାଧ୍ୟକ୍ଷା ସନ୍ତଷିନୀ ବେହେରା, ଦମୟନ୍ତୀ ବାଗ, ପୂର୍ବତନ ପୌରାଧ୍ୟକ୍ଷ ପ୍ରଦୀପ ସାହୁ, ପୂର୍ବତନ ଉପାଧ୍ୟକ୍ଷା ଲିପିଶ୍ରୀ ସାଏ, ବରିଷ୍ଠ ନେତା ଦୁର୍ଗାପ୍ରସାଦ ବେହେରା, ଜୟରାମ ମିଶ୍ର, ଭଗବାନ ବଗର୍ତ୍ତି, ପ୍ରବୀଣ ମିଶ୍ର, ଧୃବ ଜୁଏଡ, କୈଳାସ ମହାନ୍ତି, ନରସିଂହ ବାଗ, ମହେନ୍ଦ୍ର ବାଗ, ନଗର ସଭାପତି ମହେନ୍ଦ୍ର ବାଗ, ମନୋଜ ଦୀପ, ଶିବ ବେହେରା, ଶିବ ସାହୁ, ସନ୍ତୋଷ ଦନ୍ତା, ନାରୀନେତ୍ରୀ ରଂଜୁ ରାଇମନ, ଜଗଦିଶ ପୋଢ, ପୂର୍ବତନ କାଉନସିଲର ମମତା ଜେନା, ସରୀତା ଦାସ, ନୂତନ ସେନ୍ଦ୍ରିଆ, ନରହରି ରାଉତ, ଅଶ୍ୱିନୀ ପୁଟେଲ, ଶମ୍ଭୁ ନାଗ, ଗୁଲାପୀ ବରାଡ, ଅଞ୍ଜନା ମହାନ୍ତ, ଛାତ୍ରନେତା ଗୁଞ୍ଜ ଖାନ, ସୁମନ ନନ୍ଦ, ଗୋବିନ୍ଦ ଶତପଥି, ବଣ୍ଟି ଚାନ୍ଦ, ସମୀର କୁମାର, ଦେଓଗାଁର ମଣ୍ଟୁ ଖମାରୀ, ଘୁଣ୍ଡୁ ଗୋପାଳ ମିଶ୍ର, ଅନ୍ତର୍ଯ୍ୟାମୀ ଭୋଇ, ସଦର ବ୍ଲକର କୁଳମଣୀ ମେହେର, ପ୍ରଦ୍ୟୁମ୍ନ ହୋତା, ନୀହାର ରଂଜନ ସ୍ୱାଇଁ, ଉମେଶ ପଣ୍ଡା, ବେଂଜାମିନ କିରୋ, ସ୍ୱରୂପ ଦାସ, ସଂଜୀବ ନାଥ, ଦାରାସିଂ ଜେନା, ସୁନିଳ ସାହୁ, ଆଶୀର୍ବାଦ ସାହୁ, ଦୀପକ ବେହେରା, ଆଇଟି ସଂଯୋଜକ ପ୍ରଦୀପ ପରୁଆ ପ୍ରମୁଖ ସାମିଲ ହୋଇଥିଲେ । ଲୋଇସିଂହା ଠାରେ ଜିଲ୍ଲା ଯୁବ ସଭାପତି ନୀତିଶ ଅଗ୍ରୱାଲଙ୍କ ନେତତ୍ୱରେ ୭୫ ୟୁନିଟ, ବେଲପଡାରେ ସଂଜୀବ ମିଶ୍ର, ବନମାଳି ଖମାରୀ ଓ ମଧୁସୁଦନ ଦାସଙ୍କ ନେତୃତ୍ୱରେ ୧୦୧ ୟୁନିଟ, ମୁରିବାହାଲ ଗୋଇମୁଣ୍ଡରେ ହଂସରାଜ ଜୈନ, ବୁଲୁ ସିଂଦେଓ, ଯୁବ ରାଜ୍ୟ ସଂପାଦକ ଅଜିତ ଯୋଷୀ ଓ ବ୍ଲକଯୁବ ସଭାପତି ମାନସ ଖମାରୀଙ୍କ ନେତୃତ୍ୱରେ ୫୦ୟୁନିଟ, ଟିଟିଲାଗଡରେ ଭବାନୀପ୍ରସାଦ ହୋତା, ରହିମ ଖାନ, ସୁମନ୍ତ ସାହୁ ଓ ସରପଞ୍ଚସଂଘର ସଭାପତି ବୀରବର ସାହୁଙ୍କ ନେତୃତ୍ୱରେ ୭୫ୟୁନିଟ, ସୋନପୁର ଜିଲ୍ଲାର ଓଡିଶା ମୋ ପରିବାରର ସଂଯୋଜକ ରଂଜିତ ରଥଙ୍କ ସଂଯୋଜନାରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳିରେ ରାଜୁ ବିଶିଙ୍କ ନେତୃତ୍ୱରେ ଓ ସୋନପୁର ନିର୍ବାଚନ ମଣ୍ଡଳିରେ ମୟରୁଉଡାନଠାରେ ଦୀପକ ପଣ୍ଡା, ସୁରେନ୍ଦ୍ର ମେହେର ଓ ଅଶୋକ ନାଏକଙ୍କ ନେତୃତ୍ୱରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କଣ୍ଟାବାଞ୍ଜିଠାରେ ଅସହାୟ ଲୋକଙ୍କୁ କମ୍ବଳ ମଧ୍ୟ ବଣ୍ଟନ ହୋଇଥିଲା ।

Leave A Reply

Your email address will not be published.