csstore

ପଣ୍ଡକିଟାଲ ଗ୍ରାମବାସୀ ଓ କୋଶଲ କ୍ରାନ୍ତି ମୋର୍ଚ୍ଚାର ମିଳିତ ସହଯୋଗରେ ରକ୍ତଦାନ ଶିବିର

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ପଣ୍ଡକିଟାଲ ଗ୍ରାମର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ପଣ୍ଡକିଟାଲ ଗ୍ରାମବାସୀ ଓ କୋଶଲ କ୍ରାନ୍ତି ମୋର୍ଚ୍ଚାର ମିଳିତ ସହଯୋଗରେ ଭରଷା ପରିବାରର ୧୮୮ ତମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ ପଣ୍ଡକିଟାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଗୋବିନ୍ଦ ସେଠ ଫିତା କାଟି ଉଦ୍‌ଘାଟନ କରିଥିବା ବେଳେ ଗ୍ରାମର ଭକ୍ତ ପଧାନ, ଉପେନ୍ଦ୍ର ଭୋଇ, ସନ୍ତୋଷ ପଧାନ, କୈଳାସ ପଧାନ, ସଚ୍ଚିଦା ଭୋଇ, ଗୋକୁଳ ବିହାରୀ ଦାଶ, ଭିକାରୀ ଚରଣ ପଧାନ, ହୃଷିକେଶ ଡାଙ୍ଗ, ସରୋଜ ମହାକୁର, ସୁନିଲ କୁମାର ସେଠ, ମିଥୁନ ପଧାନ, ଶତୃଘ୍ନ କର୍ଣ୍ଣ, ବିଘ୍ନରାଜ ଅଦାବାର, ପିଙ୍କୁ ବିଶ୍ୱାଳ, ଟିକେଲାଲ ରାଉତ, ଗୋବିନ୍ଦ ମେହେର, ରାଜୁ ସାହୁ, ମନୋଜ ସାହୁ, ଲିଙ୍ଗରାଜ ସାହୁ, ବଜରଙ୍ଗ ବିଶ୍ୱାଳ, ହଳଧର ମେହେର, ତରଣୀ ମେଶ୍ୱା, ଗୋବିନ୍ଦ ସାହୁ ଏବଂ ପଣ୍ଡକିଟାଲ ଗ୍ରାମବାସୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିରରେ ୨ ଜଣ ମହିଳା ରକ୍ତଦାତା ସମେତ ସର୍ବ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇ ବୁର୍ଲା ରକ୍ତଭଣ୍ଡାରକୁ ପ୍ରେରଣ କରାଯାଇଥିଲା । ସମସ୍ତ ରକ୍ତଦାତା ତଥା ଜୀବନଦାତାମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ରକ୍ତଦାନ ପରି ମହତ ଦାନ କରିଥିବାରୁ ଅଞ୍ଚଳର ଜନସାଧାରଣ ଭୁୟସୀ ପ୍ରଶଂସା କରିଛନ୍ତି ।

jayashree
Leave A Reply

Your email address will not be published.