ସଂକଳ୍ପ ପରିବାରର ରକ୍ତ ସଂଗ୍ରହ ଅଭିଯାନ ୫୧ ୟୁନିଟ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ସଂକଳ୍ପ ପରିବାରର ରକ୍ତସଂଗ୍ରହ ଅଭିଯାନର ଆଜି ସୋମବାର ଦିନ ଷଷ୍ଠ ରକ୍ତଦାନ ଶିବିର ଅତାବିରା ବ୍ଲକ ଟାଙ୍ଗରପାଲି ଯୁବକସଙ୍ଘ ଓ ସଂକଳ୍ପ ପରିବାରର ମିଳିତ ଆନୁକୂଲ୍ୟରେ ଟାଙ୍ଗରପାଲିଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ୬୪ ଥର ରକ୍ତଦାନ କରିସାରିଥିବା ପ୍ରଶାନ୍ତ ଗରତିଆ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବରେ ଅନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଜଣେ ମହିଳା ରକ୍ତଦାତାଙ୍କ ସହିତ ମୋଟ ୫୧ୟୁନିଟ ରକ୍ତ ବରଗଡ଼ ରକ୍ତଭଣ୍ଡାର କର୍ମଚାରୀଙ୍କ ସାହାଯ୍ୟରେ ସଂଗ୍ରହ ହୋଇଥିଲା । ଟାଙ୍ଗରପାଲି ଯୁବକସଂଘ ସଭାପତି କୃଷ୍ଣଚନ୍ଦ୍ର ସାହୁ ଓ ସମ୍ପାଦକ ଡୋଳାମଣି ଶତପଥୀଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିବା ବେଳେ ବିବେକ ଯାଦବ, ଆକାଶ କ୍ଷେତ୍ରି, ଦେବାଶିଷ ସାହୁ, ଅମିତ ବିଶ୍ୱାଳ, ଅନୀଲ ପ୍ରଧାନ ଓ ସଂକଳ୍ପ ପରିବାରର ଜି.ରମେଶ, ନିଲେଶ ପଧାନ, ଶେଷଦେଵ ପଧାନ, ବସନ୍ତ ବାଗ ପ୍ରମୁଖ ସହଯୋଗ କରିଥିଲେ । ଠିକ ସେହିପରି ସଂକଳ୍ପ ପରିବାରର ଆଗାମୀ ରକ୍ତଦାନ ଶିବିର ଭଟଲି ବ୍ଲକ ଭୁଲିଆଡିହି ଠାରେ ହେବ ବୋଲି ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.