ବଲାଙ୍ଗିର ଜିଲ୍ଲା ବିଜେଡିର ସମ୍ବର୍ଦ୍ଧନା ସଭା ଓ କର୍ମୀ ସମ୍ମିଳନୀ

ଲୋଇସିଂହା : କିଛି ଦିନ ପୂର୍ବରୁ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ସଂଗଠନକୁ ପୁନଃର୍ଗଠନ କରାଯାଇ ଯୁବକ ମାନଙ୍କ ହାତରେ ଜିଲ୍ଲା ବିଜେଡି ଭାଗ୍ୟ ନିର୍ଦ୍ଧାରଣ ଦାୟୀତ୍ୱ ଅର୍ପଣ କରାଯାଇଛି । ବହୁଦିନ ଧରି ବଲାଙ୍ଗିର ଜିଲ୍ଲାରେ ବିଜେଡିର ସଂଗଠନକୁ ମଜବୁତ କରିବାରେ ପରିଶ୍ରମ କରିଥିବା ଯୁବକମାନଙ୍କ ଉପରେ ଭରସା ରଖିଛନ୍ତି ନବୀନ ପଟ୍ଟନାୟକ । ଏମାନଙ୍କୁ ପଥ ପ୍ରଦର୍ଶନ କରୁଛନ୍ତି ପୂର୍ବ ଯୁବ ସାଂସଦ କଳିକେଶ ନାରାୟଣ ସିଂଦେଓ । ଆଗାମୀ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ସଜବାଜ ହୋଇ ରଣନୀତି ପ୍ରସ୍ତୁତ ବି ଆରମ୍ଭ କରି ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ଗତକାଲି ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ନବ ମନୋନୀତ ବିଜେଡିର ଯୁବ କର୍ମକର୍ତାଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ସହ ଛୋଟ ଧରଣର କର୍ମୀ ସମ୍ମିଳନୀ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ବିଜେଡି ନେତ୍ରୀ ରଞ୍ଜୁ ରାଇମନଙ୍କ ଆବାହକତ୍ୱ ଓ ପରିଚାଳନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଲୋଇସିଂହା ଅଂଚଳର ବରିଷ୍ଠ ବିଜେଡି ନେତା ଗୋବର୍ଦ୍ଧନ ସାହୁ ସଭାପତିତ୍ୱ କରିଥବା ବେଳେ ବିଭୁତି ଭୁଷଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, ଯୁବ ବିଜେଡି ରାଜ୍ୟ ସମ୍ପାଦକ ଅଜିତ ଯୋଷୀ ଓ ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ସୁମନ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାରେ ବିଜେଡିକୁ ଆହୁରି ମଜବୁତ କରିବା ପାଇଁ ଯୁବକମାନଙ୍କୁ ମନୋନୀତ କରିଥିବାରୁ ନବୀନ ପଟ୍ଟନାୟକ, ଅନଙ୍ଗ ଉଦୟ ସିଂଦେଓ ଏବଂ କଳିକେଶ ନାରାୟଣ ସିଂଦେଓଙ୍କୁ ଧନ୍ୟବାଦ ଅର୍ପଣ କରି ତାଙ୍କ ଭରସା ଓ ବିଶ୍ୱାସ ଅନୁସାରେ ନିଶ୍ଚିତ କାମ କରି ଦେଖାଇବେ ବୋଲି କର୍ମକର୍ତାମାନେ ବକ୍ତବ୍ୟରେ କହିଥିଲେ । ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେଡି ହିଁ ବାଜିମାତ କରିବ ବୋଲି କର୍ମୀମାନେ ଦୃଢୋକ୍ତି ପ୍ରକାଶ କରିଥିଲେ ।
ଏହି କାର୍ୟ୍ୟକ୍ରମରେ ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଦୀପ ଗୁରୁ , ବିଜୟ ଦାଶ , ଦିଲୀପ ବାରିକ , ଦେହେରୀ ଗଡତ୍ୟା, ଶିବ ବେହେରା, ବିଭୂତି ଭୂଷଣ ମିଶ୍ର, ମୀନକେତନ ବହିଦାର, ପୂର୍ବତନ ବଲାଙ୍ଗିର ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା ଓ ଦମୟନ୍ତି ବାଗ, ଲିପିଶ୍ରୀ ସାଏ, ମମତା ଜେନା, ବାସନ୍ତି ସିଂ ବୁଡେକ, କଲ୍ପନା ସାହୁ, ଯଦୁମଣୀ ପାତ୍ର, ଈଶ୍ୱର ମହାପାତ୍ର ପ୍ରମୁଖଙ୍କ ସମେତ ଲୋଇସିଂହା ନିର୍ବାଚନ ମଣ୍ଡଳୀର ୫୦ରୁ ଉର୍ଧ୍ଵ ବରିଷ୍ଠ ବିଜେଡି କର୍ମୀ ଯୋଗ ଦେଇଥିଲେ । କୋଭିଡ ନିୟମ ମାନି ସାମାଜିକ ଦୂରତ୍ୱ ରଖି ସଭା କାର୍ୟ୍ୟ ପରିଚାଲନା କରାଯାଇଥିଲା ।

Leave A Reply

Your email address will not be published.