csstore

ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ : ମହାମହିମ ରାଜ୍ୟପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବଲାଙ୍ଗିର ଗସ୍ତରେ ଆସି ଭୀମ ଭୋଇ ମେଡିକାଲ କଲେଜର ବାର୍ଷିକୋତ୍ସବରେ ଯୋଗଦାନ କରିଛନ୍ତି । ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗଣେଶୀଲାଲ ଭାବି ଡାକ୍ତରମାନଙ୍କୁ ଧନୀ ହୁଅନ୍ତୁ କି ଗରିବ, ଧାର୍ମିକ ହୁଅନ୍ତୁ କି ଅଧର୍ମୀ, ଗଣ୍ୟମାନ୍ୟ ହୁଅନ୍ତୁ କି ନଗଣ୍ୟ, ସାଧୁ ହୁଅନ୍ତୁ କି ଦୁଷ୍ଟ ସମସ୍ତଙ୍କୁ ଏକ ପ୍ରକାର ସେବା ଯୋଗଇ ଦେବାକୁ ଉପଦେଶ ଦେଇଛନ୍ତି । ଏହି ଉକ୍ତିରେ ସେ ସନ୍ଥ ଭୀମ ଭୋଇଙ୍କ ବାଣୀ ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁର ବାର୍ତ୍ତା ଦେଇଛନ୍ତି । ତେବେ ଭାବି ଡାକ୍ତରମାନେ ଏହାକୁ ମନ୍ତ୍ର କରି ରୋଗୀ ସେବାରେ ବ୍ରତି ହେଲେ ମାନବ ସମାଜର ମଙ୍ଗଳ ହୋଇ ପାରିବ ବୋଲି ମହାମହିମ ରାଜ୍ୟପାଳ ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟର କୁଳପତି ଡକ୍ଟର ଦତ୍ତେଶ୍ୱର ହୋତା, ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଯୋଗ ଦେଇଥିବା ବେଳେ କଲେଜ ଡିନ୍‌ ଡକ୍ଟର ସବିତା ମହାପାତ୍ର, କଲେଜର ଛାତ୍ର ସଂଘର ସଭାପତି ବିଶାଲ ପଣ୍ଡା ଓ ସମ୍ପାଦକ ଅଭିଶେକ ପାଣୀ ମଂଚରେ ମଂଚାସୀନ ଥିଲେ ।

jayashree
Leave A Reply

Your email address will not be published.