ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୩୯୫ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୩୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୭୮୬୮୭କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬୯ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୩୨୨୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୪୩, ବାଲେଶ୍ୱରରୁ ୨୮୫, ବରଗଡ଼ରୁ ୧୭୧, ଭଦ୍ରକରୁ ୨୩୮, ବଲାଙ୍ଗିରରୁ ୮୧, ବୌଦ୍ଧରୁ୧୩୩, କଟକରୁ ୮୬୮, ଦେବଗଡ଼ରୁ ୫୭, ଢେ଼ଙ୍କାନାଳରୁ ୮୧, ଗଜପତିରୁ ୫୨, ଗଂଜାମରୁ ୬୯, ଜଗତସିଂହପୁରରୁ ୨୮୮, ଯାଜପୁରରୁ ୫୧୬, ଝାରସୁଗୁଡ଼ାରୁ୬୬, କଳାହାଣ୍ଡିରୁ ୧୬୬, କନ୍ଧମାଳରୁ ୭୬, କେନ୍ଦ୍ରାପଡ଼ାରୁ ୩୪୧, କେଉଁଝରରୁ ୧୫୮, ଖୋର୍ଦ୍ଧାରୁ ୧୦୬୯, କୋରାପୁଟରୁ ୧୬୧, ମାଲକାନଗିରିରୁ ୧୧୦, ମୟୁରଭଂଜରୁ ୩୮୪, ନବରଂଗପୁରରୁ ୧୯୬, ନୟାଗଡ଼ରୁ ୨୪୩, ନୂଆପଡ଼ାରୁ ୨୨, ପୁରୀରୁ ୩୫୬, ରାୟଗଡ଼ାରୁ ୧୨୫, ସମ୍ବଲପୁରରୁ ୧୩୭, ସୋନପୁରରୁ ୯୧, ସୁନ୍ଦରଗଡ଼ରୁ ୨୬୭ ଓ ଷ୍ଟେଟ ପୁଲ୍ରୁ ୧୪୫ ଚିହ୍ନଟ ହୋଇଛନ୍ତି ।