csstore

ସମ୍ବଲପୁରରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କଲେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ସମ୍ବଲପୁର ଜିଲ୍ଲାରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଅଇଁଠାପାଲି ଜଙ୍କସନ୍ ଠାରେ ୬ ଲେନ୍ ବିଶିଷ୍ଟ ୩.୫ କିଲୋମିଟର ଲମ୍ବା ଫ୍ଲାଏଓଭର ଏବଂ ୫୩ ନମ୍ବର ଜାତୀୟ ରାଜପଥ (ପୂର୍ବରୁ ୬ ନମ୍ବର ଜାତୀୟ ରାଜପଥ ନାମରେ ପରିଚିତ) ଉପରେ ଦୁଇ ଲେନ୍ ବିଶିଷ୍ଟ ଗୋଟିଏ ସଡ଼କ ଓଭର ବ୍ରିଜ୍ (ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ) ବା ଆର୍‌ଓବି (ଏଲ୍ଏଚ୍ଏସ୍) ନିର୍ମାଣ କରାଯିବ ବୋଲି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି କେନ୍ଦ୍ର ମନ୍ତ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରସ୍ତାବିଜ ୬ ଲେନ୍ ବିଶିଷ୍ଟ ଫ୍ଲାଏଓଭର ନିର୍ମାଣ ଦ୍ୱାରା ଅଇଁଠାପାଲି ଛକରେ ହେଉଥିବା ଟ୍ରାଫିକ୍ ଭିଡ଼ ହ୍ରାସ ପାଇବ । ଏହାବ୍ୟତୀତ, ୫୩ ନମ୍ବର ଜାତୀୟ ରାଜପଥ ଉପରେ ତେଲେଇବଣି-ସମ୍ବଲପୁର ୪ ଲେନ୍ ବିଶିଷ୍ଟ ପ୍ରକଳ୍ପରୁ ବାଦ୍ ଦିଆଯାଇଥିବା ୨ ଲେନ୍ ବିଶିଷ୍ଟ ସଡ଼କ ଓଭର ବ୍ରିଜ୍ ପ୍ରକଳ୍ପ ନିର୍ମାଣ କରାଯିବ ।

jayashree
Leave A Reply

Your email address will not be published.