jayashree

ଟିଟିଲାଗଡ଼ ରାଜନୀତିରେ ହଟ୍‌ଚମଟ୍‌ : ବିଜେଡିର ୪ କାଉନ୍‌ସିଲର୍‌ ବିଜେଡି ଛାଡି ବିଜେପି ଦଳରେ ସାମିଲ ହେଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରାଜନୀତି ସବୁବେଳେ ସରଗରମ ରହିଥାଏ । ପ୍ରଥମେ ୨୦୨୨ ପୌର ପରିଷଦର ପୌରଅଧ୍ୟକ୍ଷ ପଦ ପାଇଁ ୧୫ଟି ୱାର୍ଡ଼ର ଭୋଟର ସିଧାସଳଖ ଭୋଟ୍‌ ଦେଇ ନିର୍ବାଚନରେ ବିଜେଡି ଗଡ଼କୁ ଦୋହଲାଇ ବିଜେପି ପ୍ରାର୍ଥୀନି ଶ୍ରୀମତୀ ମମତା ଦେବୀ ଜୈନଙ୍କୁ ବିଜୟୀ କରାଇଥିଲେ । ୧୫ଟି ୱାର୍ଡ଼ରୁ ୧୦ଟି ୱାର୍ଡ଼ରେ ବିଜେଡି ଓ ୫ଟି ୱାର୍ଡ଼ରେ ବିଜେପି କାଉନ୍‌ସିଲର୍‌ ଜିତିଥିଲେ । ଏହି ଫଳାଫଳ ପରେ ରାଜନୀତିକ ଉଷ୍ମତା ବଢ଼ି ଯାଇଥିଲା । ପୌରଅଧ୍ୟକ୍ଷାଙ୍କୁ କାର୍ଯ୍ୟ କରାଇ ଦେଉନଥିବା ଭଳି ଅଭିଯୋଗ ଆଣିଥିଲେ ପୌରଅଧ୍ୟକ୍ଷା ବାରମ୍ବାର କରୁଥିଲେ । ୨୦୨୪ ନିର୍ବାଚନରେ ବିଜେଡ଼ିର ଜିଲ୍ଲା ସଭାପତି ତଥା ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁଙ୍କୁ ହରାଇ ବିଜେପି ପ୍ରାର୍ଥୀ ନବିନ ଜୈନ ବିଜୟୀ ହେଲେ । ରାଜନୀତି ପାଣିପାଗ ବଦଳିଲା, ଯେଉଁମାନେ ଆମେ ମନ୍ତ୍ରୀଙ୍କ ଲୋକ ବୋଲି ପୌର ପରିଷଦ ସମ୍ମିଳନୀ କକ୍ଷରେ ମମତା ଜୈନ ଓ ନବୀନ ଜୈନଙ୍କ ବିରୋଧରେ ପାଟି କରୁଥିଲେ ଆଜି ଅର୍ଥାତ୍‌ ରବିବାର ସକାଳେ ସେମାନେ ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ବିଜେଡି ଛାଡ଼ି ବିଜେପି ଦଳରେ ଯୋଗ ଦେଇଛନ୍ତି । ବିଜେପି ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ, ବିଜେପି ନେତା ପ୍ରମୋଦ ପ୍ରଧାନଙ୍କ ଉପସ୍ଥିତିରେ ସେମାନଙ୍କୁ ସ୍ଵାଗତ କରି ଦଳରେ ସାମିଲ କରିଥିଲେ । ବିଜେପି ଆଗକୁ ଆହୁରି ଶକ୍ତିଶାଳୀ ହେବା ସହ ସହରର ୧୫ ୱାର୍ଡରେ ବିକାଶ କାର୍ଯ୍ୟକୁ ଆହୁରି ତ୍ଵରାନ୍ୱିତ କରାଯିବ ବୋଲି ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ କହିଛନ୍ତି । ଏହି ଅବସରରେ ବିଜେପି ଦଳର କର୍ମକର୍ତ୍ତା ଓ ଅନ୍ୟ କାଉନ୍‌ସିଲର୍‌ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.