pr

ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହିତ ଶେଷ ହେଲା ରଜ ପର୍ବ : ମା’ ଇନ୍ଦିରା ମହିଳା ସମିତି ପକ୍ଷରୁ ବସୁମତୀ ସ୍ନାନ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ସଂସ୍କୃତି ଓ ପରମ୍ପରାର ପର୍ବ ରଜର ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହିତ ଶେଷ ହେଲା ରଜପର୍ବ । ଏହି ଅବସରରେ ଆଜି ସିଭିଲ୍ ଟାଉନ୍‌ସିପ୍ ସ୍ଥିତ ମା’ ଇନ୍ଦିରା ମହିଳା ସମିତିର ସମସ୍ତ ସଦସ୍ୟାମାନେ ସଭାପତି ପୁଷ୍ପା ଲେଙ୍କାଙ୍କ ଅଧ୍ୟକ୍ଷତାରେ ବସୁମତୀ ସ୍ନାନ କରିବା ପାଇଁ ପିଢା, ଶିଳପୁଆ, ଲୁହାର କଟୁରୀ ପ୍ରଭୃତି ରଖି ହଳଦୀ ପାଣିରେ ସେସବୁକୁ ସ୍ନାନ କରାଇବା ପରେ ଚନ୍ଦନ, ସିନ୍ଦୁର, ହଳଦୀ ଲଗାଇ ବସୁମାତା ଅର୍ଥାତ୍ ପୃଥିବୀ ମାତାଙ୍କୁ ସ୍ନାନ କରାଯାଇଥିଲା । ସ୍ନାନ ପରେ ଫୁଲ, ଦୀପ, ଧୂପ ପ୍ରଜ୍ୱଳନ କରାଯାଇ ପିଠା ଭୋଗ ସ୍ୱରୂପ ଅର୍ପଣ କରାଯାଇଥିଲା । ବସୁମତୀ ସ୍ନାନ ପୂଜାର୍ଚ୍ଚନାରେ ସହଯୋଗ କରି ସଞ୍ଜୁଲତା ଦାସ, ଲୀଳାବତୀ ସାହୁ, ସସ୍ମିତା ମହାନ୍ତି, ପ୍ରଭାତୀ ପରିଡା, ସୁଜାତା ପ୍ରଧାନ, ଇତି ଯେନା, ଅନୁରୂପା, ପୂଜା ନାୟକ ପ୍ରମୁଖ ବସୁମାତାଙ୍କୁ ପୃଥିବୀରୁ ଦୁଃଖ ଦୂର ହୋଇ, ପୃଥିବୀ ଶସ୍ୟ ଶ୍ୟାମଳାରେ ଭରପୂର ହେବା ସହିତ ମା’ ଇନ୍ଦିରା ମହିଳା ସମିତିକୁ ଜନହିତକର କାର୍ଯ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ ।

nrusinghnath
Leave A Reply

Your email address will not be published.