pr

ରଜ ମହୋତ୍ସବକୁ ପ୍ରଥମ କରି ପାଳିଲା ଶୁଭସ୍ଥିତି ଆପାର୍ଟମେଣ୍ଟ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ପ୍ଲୁଟନ ମଲ୍ ନିକଟସ୍ଥ ଶୁଭସ୍ଥିତି ଆପାର୍ଟମେଣ୍ଟ ଠାରେ ପ୍ରଥମ କରି ୩ ଦିନ ଧରି ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ୧୨୧ ପରିବାର ଥିବା ଏହି ଆପାର୍ଟମେଣ୍ଟର ସଭାପତି ଡ. ଗୋଲକ ବିହାରୀ ମଙ୍ଗରାଜଙ୍କ ସଭାପତିତ୍ୱ ଓ ଅତିରିକ୍ତ ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି, ବିଶିଷ୍ଟ ସମାଜସେବୀ ଅନିଲ କୁମାର ଦାଶ ସମ୍ମାନିତ ଅତିଥି, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ ରଜ ମହୋତ୍ସବ ପାଳନର ଲକ୍ଷ୍ୟ, ଆଭିମୁଖ୍ୟ ଓ ପରମ୍ପରା ସଂପର୍କରେ ଆଲୋଚନା କରିଥିଲେ । ସଭାପତି, ମୁଖ୍ୟଅତିଥି, ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଧରିତ୍ରୀ ହେଉଛି ଆମ୍ଭମାନଙ୍କର ମା’ । ପ୍ରକୃତି ଆମକୁ ଧରିତ୍ରୀ ଓ ନାରୀମାନଙ୍କ ପ୍ରତି ସମ୍ମାନ ଓ ତଥା ସେମାନଙ୍କୁ ଆରାମ ପ୍ରଦାନ କରିବାକୁ ଶିଖାଇଛି । ଏହି ପର୍ବକୁ ଏକ ପରମ୍ପରା ଭାବେ ପାଳନ କରାଯାଉଥିଲେ ହେଁ ଏଥିରେ ବୈଜ୍ଞାନିକ କାରଣ ଓ ସମ୍ମତି ରହିଛି । ତେଣୁ ଆପାର୍ଟମେଣ୍ଟର ସମସ୍ତ ପରିବାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ସରସ ସୁନ୍ଦର କରିବା ସହ ଭାବର ଆଦାନ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ତେବାସୀଙ୍କ ମଧ୍ୟରେ ମଣ୍ଡାପିଠା, ଶଙ୍ଖ ଫୁଙ୍କା, ହୁଳହୁଳି, ଝୋଟି, ଚାମୁଚଗୁଲି, ବଲ୍ ଥ୍ରୋ, ମ୍ୟୁଜିକ ଚେୟାର ଭଳି ପ୍ରତିଯୋଗିତା କରାଯାଇ ସେଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସେହିପରି ଆପାର୍ଟମେଣ୍ଟର ସାମ୍ନାରେ ଥିବା ପଡ଼ିଆକୁ ଏକ ସୁନ୍ଦର ପାର୍କରେ ପରିଣତ କରିବା ତଥା ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ପାଇଁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥୀ ମାନଙ୍କ ଦ୍ଵାରା ରଜଦୋଳି ଗୀତ ପରିବେଷଣ କରାଯାଇଥିଲା । ଶେଷରେ କାର୍ଯ୍ୟକ୍ରମର ସଂଯୋଜିକା କବୟିତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ତଥା ସାଂସ୍କୃତିକ ସମ୍ପାଦକ ହରେକୃଷ୍ଣ ସାହୁ ସହଯୋଗ କରିଥିଲା ବେଳେ ଜୟନ୍ତ କୁମାର ନନ୍ଦ, କିଶୋର ରାଉତ, ଅନିମା ରାୟ, ସସ୍ମିତା ମିଶ୍ର, ମମତା ବାରିକ, ଶର୍ମିଳା କବିଶତପଥୀ, ସୁନିତା ମଙ୍ଗରାଜ, ଅନିମା ନାୟକ, ବାସନ୍ତୀ ପୃଷେଠ ପ୍ରମୁଖଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କ ମଧ୍ୟରେ ସୁସ୍ୱାଦୁ ପିଠା ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

nrusinghnath
Leave A Reply

Your email address will not be published.