pakka

ଚାଲିଗଲେ ଆଇନଜୀବୀ ରାଧାକାନ୍ତ ଭୋଇ

bbehera

ପାଟଣାଗଡ଼, (କେପିଏନ୍‌ଏସ୍‌) : ଚାଲିଗଲେ ଆଇନଜୀବୀ ରାଧାକାନ୍ତ ଭୋଇ(୫୨) । ବେଶ୍‌ ଜଣାଶୁଣା ତଥା ଲୋକପ୍ରିୟ ଆଇନଜୀବୀ ରାଧାକାନ୍ତଙ୍କ ପରଲୋକରେ ସାରା ଅଂଚଳ ଶୋକାଚ୍ଛନ୍ନ ହୋଇପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଅଳ୍ପ କିଛି ଦିନ ତଳେ ସେ ଏକ ସଡ଼କ ଦୁର୍ଘଟଣାର ଶୀକାର ହୋଇଥିବା ବେଳେ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ସତ୍ତେ୍ୱ ହୃଦ୍‌ଘାତରେ ଗତକାଲି ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ସମୂହ ।

Leave A Reply

Your email address will not be published.

8 − two =