p purohi

ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ଉପଲକ୍ଷେ ପୂର୍ଣାଙ୍ଗ ପ୍ରସ୍ତୁତି

dr. purohit

ବରଗଡ଼, (ନିରୋଜ କୁମାର ପାଣୀ) : ଗତକାଲି ଜିଲ୍ଲା ବରିଷ୍ଠ ନାଗରିକ କାର୍ୟ୍ୟାଳୟରେ କାର୍ୟ୍ୟକାରୀ ସଭାପତି କେଦାର ମିଶ୍ରଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ ବୈଠକରେ ସଭାପତି ମୋହନ ସାହୁ, ସଂପାଦକ ପ୍ରଦୀପ ଦେବତା, କାର୍ୟ୍ୟକାରୀ ସଭାପତି କେଦାର ମିଶ୍ର, ଲୁଲୁ ରବୀନ ଦାସ, ପ୍ରୀତମ ସିଂ, ଦଧିବାମନ ଶତପଥୀ, ମାମରାଜ ସ୍ୱାଇଁ, ତରଣୀସେନ ବୁଧିଆ, ତେଜୁରୁ ବାରିକ, ଉଦ୍ଧବ ବେହେରା ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଆସନ୍ତା ରବିବାର ତା: ୨୮/ ୦୩ ଦିନ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅପରାହ୍ନ ୪ରେ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ ସଂବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ସମ୍ମାନିତ ଅତିଥି ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ।

nrusinghnath
Leave A Reply

Your email address will not be published.