ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ‘ପୁଷ୍‌ପୁନି’ : କରୋନା ସଂକ୍ରମଣ ଚାଟି ନେଇଛି ମଉଜମସ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପଶ୍ଚିମ ଓଡ଼ିଶାର ଅନନ୍ୟ ଗଣପର୍ବ ‘ପୁଷ୍‌ପୁନି’ । ଅଥଚ କରୋନା ସଂକ୍ରମଣ ଚାଟି ନେଇଛି ମଉଜମସ୍ତି । ତଥାପି ଏହାର ପରମ୍ପରାକୁ ରକ୍ଷା କରିବା ପାଇଁ ଗାଁ ଗାଁରେ ଘରେ ଘରେ ପିଠାମଣ୍ଡା ହେଉଛି । ଯିଏ ଯାହାର ନିଜ ନିଜ ଘରେ ଗଣପର୍ବକୁ ପାଳନ କରୁଥିବା ଦେଖିବାକୁ ମିଳୁଛି । ଏହି ‘ପୁଷ୍‌ପୁନି’ ଗଣପର୍ବର ବିଶେଷ ସ୍ୱତନ୍ତ୍ରତା ରହିଛି । ଏହି ପର୍ବ ପଶ୍ଚିମ ଓଡ଼ିଶାର ଏକମାତ୍ର ପର୍ବ, ଯେଉଁ ପର୍ବରେ କୌଣସି ଦେବାଦେବୀଙ୍କୁ ପୂଜା କରାଯାଏ ନାହିଁ । କେବଳ ଘରେ ଘରେ ପିଠା ମଣ୍ଡା ଖାଇ ପର୍ବ ପାଳନ କରନ୍ତି । କାଁ ଭାଁ ମଦ ମାଉଁସ କରି ଆହୁରି ରଂଗୀନ କରନ୍ତି ଗଣପର୍ବକୁ । ‘ଛେର୍ ବୁଢ଼ୀ ଛେର୍’ଛେରା… ଇ ଘରର୍ ବୁଢ଼ୀ କାହିଁ ଗଲା’ ଗୀତ ଗାଇ ପିଲାମାନେ ଘରକୁ ଘର ଗାଁ ଗୁଡ଼ିକରେ ଛେର୍‌ଛେରା ମାଗି ଭୋଜି ଭାତର ବେଶ୍‌ ଆସର ଜମାନ୍ତି । ପୁରୁଣା କାଳରେ ଆଗାମୀ ବର୍ଷ ନିମନ୍ତେ କୃଷି କାର୍ଯ୍ୟ ପାଇଁ ହଲିଆ, କୁଠିଆ ରଖିବାର ପରମ୍ପରାକୁ ଆଧାର କରି ଏହି ଗଣବର୍ଷ ବେଶ୍‌ ରୁଦ୍ଧିମନ୍ତ ହୋଇଥିବା ବେଳେ ଜମିଦାର, ଗଉଁନ୍ତିଆମାନଙ୍କ ବିଶେଷ ଭୂମିକା ରହୁଥିଲା ଏଥିରେ । ସେ ଯାହା ବି ହେଉ, ବହୁ ପୁରୁଣା କାଳରୁ ପ୍ରବାହମାନ ଏହି ଗଣପର୍ବ ‘ପୁଷ୍‌ପୁନି’କୁ ଆଜି ମଧ୍ୟ ପଶ୍ଚିମ ଓଡ଼ିଶାର ଘରେ ଘରେ ପାଳନ କରାଯାଉଛି । ଯଦିବି କରୋନା ସଂକ୍ରମଣ ଗତ ବର୍ଷ ଭଳି ଚାଟି ନେଇଛି ମଉଜ ମସ୍ତି, ତଥା ଏହାର ମହକ ଗାଁ ଗାଁରେ ଅନୁଭବ କରି ହେଉଛି ।

Leave A Reply

Your email address will not be published.

eight − eight =

error: Content is protected !!