csstore

ଶ୍ରମିକ ନେତା ଲଳିତ ନାୟକଙ୍କ ଜନ୍ମ ବାର୍ଷିକୀରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କେବିକେ ଆଇଟିଆଇ କଲେଜରେ ଲଳିତ ନାୟକ ଫାଉଣ୍ଡେସନ ତରଫରୁ ସମାଜସେବାର ମୁକୁଟ ବିହୀନ ସମ୍ରାଟ ଲଳିତ ନାୟକଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରାଯାଇଛି । ସମାଜରେ ମଣିଷ ପଣିଆ କେମିତି ବଞ୍ଚି ରହିବ ତା’ଉପରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଲଳିତ ନାୟକ ଫାଉଣ୍ଡେସନ ଅଧ୍ୟକ୍ଷ ଦୀପକ ନାୟକ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସଦସ୍ୟ ବିବେକାନନ୍ଦ ପଟେଲ, ତାପସ ରଂଜନ ମହାନ୍ତି, ଅଙ୍କୁଶ କୁମାର ପାଣ୍ଡିଆ, ଶୋଭନ ଅଗ୍ରୱାଲ, ଅପ୍ରମିତ ପରିଚ୍ଛା, ସୌମ୍ୟ ରଞ୍ଜନ ମିଶ୍ର, ରକି ପାଣିଗ୍ରାହୀ ଉପସ୍ଥିତ, ଆଶିଷ ବାରିକ, ପ୍ରିତମ ବରାଡ, ବାପିନା ମହାରଣା ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.