pakka

ବିଜେପି ମୁଖପାତ୍ର ପ୍ରଦୀପ ପୁରୋହିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ବିଜେପି ରାଜ୍ୟ ମୁଖପାତ୍ର ଭାବେ ମନୋନୀତ ହୋଇଛନ୍ତି । ଏହି ଖବର ଶୁଣିଲା ପରେ ପଦ୍ମପୁର ବିଜେପି ମହଲରେ ଖୁସିର ଲହରୀ ଖେଳିଯାଇଛି । ବିଜେପିର ପଦାଧିକାରୀ, ନିର୍ବାଚିତ ପ୍ରତିନିଧି, ଶୁଭେଚ୍ଛୁ ଏବଂ ସମର୍ଥକ ଫୋନ୍‌ ମାଧ୍ୟମରେ ଏବଂ ପ୍ରତ୍ୟକ୍ଷ ଭାବରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି କ୍ରମରେ ଆଜି ପାଇକମାଲ ସ୍ଥିତ ତାଙ୍କ ବାସ ଭବନରେ ବରଗଡ଼ ଜିଲ୍ଲା ଉପ ସଭାପତି ସରୋଜ ସାମଲ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ସୁଶାନ୍ତ ନାଗ, ସତ୍ୟ ବେହେରା, କେତନ ମେହେର, ଯୋଗେନ୍ଦ୍ର ଭୋଇ, ପୁରନ୍ଦର ସାହୁ, ହରେକୃଷ୍ଣ ପଟେଲ, ସଂଜୟ ବେହେରା, ପିତବାସ ସାହୁଙ୍କ ସମେତ ଅନେକ ବରିଷ୍ଠ ନେତା ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଦହିତାରେ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ଜିଲ୍ଲା ପରିଷଦ ମେମ୍ବର ମକରବଜ ବଗାର, ବରିଷ୍ଠ ସଦସ୍ୟ ଲବ ପଟେଲ, ଚନ୍ଦ୍ରଭାନୁ ମେହେର, ସୁରେଶ ପଣ୍ଡା ପ୍ରମୁଖ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇ ଶ୍ରୀ ପୁରୋହିତଙ୍କ ଶାଣିତ ବକ୍ତବ୍ୟ ଏବଂ ତର୍କରେ ଓଡ଼ିଶାର ଭ୍ରଷ୍ଟାଚାରୀ ସରକାରଙ୍କ ନିଦ ଭାଙ୍ଗିବା ସହ ଦଳୀୟ ବାର୍ତ୍ତା ତୃଣମୂଳସ୍ତରରେ ପହଞ୍ଚିବ ବୋଲି ଆଶା ରଖିଛନ୍ତି ।

jay balangir
Leave A Reply

Your email address will not be published.

three × 5 =