ଲୋଇସିଂହାରେ ରହିଲା ପୁରୀ-ଦୁର୍ଗ ଏକ୍ସପ୍ରେସ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ସ୍ଥାନୀୟ ରେଳ ଷ୍ଟେସନଠାରେ ଆଜିଠାରୁ ପୁରୀ-ଦୁର୍ଗ ଏକ୍ସପ୍ରେସର ପରୀକ୍ଷାମୂଳକ ରହଣୀ ଆରମ୍ଭ ହୋଇଛି । ଫଳରେ ଲୋଇସିଂହା ବ୍ଲକ ସମେତ ଆଗଲପୁର ଓ ପଡ଼ୋଶୀ ବରଗଡ଼ ଜିଲ୍ଲାର ଗାଇସିଲେଟ ତଥା ପଦ୍ମପୁର ବ୍ଲକର ଜନସାଧାରଣ ଏହାଦ୍ୱାରା ଉପକୃତ ହୋଇପାରିବେ । ଆଜି ଭୋର୍ ସମୟରେ ଲୋଇସିଂହା ସିନିୟର୍ ସିଟିଜନ ଆସେମ୍ବଲିର ସଭାପତି ବିଭୂତି ଭୂଷଣ ସାହାଣୀ, ସମ୍ପାଦକ ଗଜାନନ ଅଗ୍ରୱାଲଙ୍କ ସମେତ ସମାରୁ ପଧାନ, ନାଥୁଲାଲ ପଧାନ, କୈଳାସ ଅଗ୍ରୱାଲ, ପବନ ବେହେରା, ସନ୍ତୋଷ ଅଗ୍ରୱାଲ, ସୁବ୍ରତ ନାୟକ, ସୁଶିଲ ବିଶ୍ଵାଳ, ଉପେନ୍ଦ୍ର ସାହୁ, ସୋମନାଥ ବିଶ୍ଵାଳ, ଆନନ୍ଦ ପଟେଲ, ଚତୁର ଦଳେଇ ପ୍ରମୁଖ ଷ୍ଟେସନରେ ପହଂଚିଥିଲେ । ନିର୍ଦ୍ଧାରିତ ସମୟର ପ୍ରାୟ ଘଣ୍ଟାକ ପରେ ଟ୍ରେନଟି ଷ୍ଟେସନରେ ପହଞ୍ଚିବା ପରେ ଉପସ୍ଥିତ ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀମାନେ ଟ୍ରେନର ଲୋକୋ ପାଇଲଟ ତଥା ଯାତ୍ରୀଙ୍କୁ ଚା’ ଓ ମିଠା ଦେଇ ଶୁଭେଚ୍ଛା ଜଣାଇଥିଲେ । ଉଭୟ ଅଫଲାଇନ୍ ତଥା ଅନଲାଇନ୍‌ରେ ପ୍ରାୟ ୨୫ରୁ ଅଧିକ ଯାତ୍ରୀ ଆଜି ଟିକେଟ କାଟି ଯାତ୍ରା କରିଥିବା ଜଣାଯାଇଛି ।

Leave A Reply

Your email address will not be published.

5 × 4 =