ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କ ଗତ ସୋମବାର ରାତିରେ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୮ ବର୍ଷ ବୟସ ହେଉଥିଲା । ସେ ତାଙ୍କ ପଛରେ ଧର୍ମପତ୍ନୀ ସୁଲୋଚନା ପୁରୋହିତ, ଚାରି ପୁତ୍ର ବିଜୟ ପୁରୋହିତ, ଗିରିଧାରୀ ପୁରୋହିତ, ରାମରତନ ପୁରୋହିତ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ବୋହୁ, ନାତିନାତୁଣୀ ଓ ପରିବାରଙ୍କୁ ଛାଡି ଯାଇଛନ୍ତି । ସ୍ୱର୍ଗତ ପୁରୋହିତ ଜଣେ ନିର୍ମଳ ଭାବମୂର୍ତ୍ତୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ସେ ଆଜକୁ ପାଖାପାଖି ୪୦ ବର୍ଷ ହେବ ପାଇକମାଲଠାରେ ପୁରୋହିତ ହେଟୋଲ ନାମରେ ଏକ ଭୋଜନାଳୟ ପ୍ରତିଷ୍ଠାତା କରି ସମଗ୍ର ଅଞ୍ଚଳରେ ପ୍ରିୟ ଭାଜନ ହୋଇଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଅଞ୍ଚଳବାସୀ ମର୍ମାହତ ହେଉଛନ୍ତି । ଅନ୍ତିମ ସଂସ୍କାରରେ ଜ୍ୟେଷ୍ଠ ପୁତ୍ର ବିଜୟ ପୁରୋହିତ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.