ତରଭା ବ୍ଲକର ଆଭ୍ୟନ୍ତରୀଣ ଅଂଚଳର ସମସ୍ତ ସମସ୍ୟା ସମାଧାନ ପାଇଁ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଦାବୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଜିତେନ୍ଦ୍ର ବାରିକ ଓ ରାହୁଲ ବାରିକଙ୍କ ନେତୃତ୍ୱରେ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ, ତରଭା ପକ୍ଷରୁ ୭ଦଫା ଦାବୀକୁ ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ତରଭା ବ୍ଲକର ଆଭ୍ୟନ୍ତରୀଣ ଅଂଚଳକୁ ସବୁଦିନିଆ ଗମନାଗମନ ପାଇଁ ପକ୍କା ରାସ୍ତା ନିର୍ମାଣ, ସ୍ୱାସ୍ଥ୍ୟ ସେବା ପ୍ରଦାନ, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଓ ଜଳ ସେଚନ ସହ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ନିର୍ମାଣାଧୀନ ପ୍ରକଳ୍ପ ଗୁଡିକର ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସଂଗଠନ ପକ୍ଷରୁ ଦାବୀ ହୋଇଛି ।

Leave A Reply

Your email address will not be published.