
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଭାରତ ସରକାରଙ୍କ ଦ୍ଵାରା ପ୍ରଦତ୍ତ ରାଷ୍ଟ୍ରପତି ଉତ୍କୃଷ୍ଟ ସେବା ମେଡାଲ୍ ଘୋଷିତ ହୋଇଛି । ଏହି ସମ୍ମାନଜନକ ପୁରସ୍କାର ପାଇଁ ପନ୍ଦର ବାଟାଲିଏନ କାର୍ଯ୍ୟରତ ସୁବେଧାର ମେଜର ମହତାବ ବେହେରା ମନୋନୀତ ହୋଇଛନ୍ତି । ନିଜ ଗ୍ରାମ କୁଣ୍ଡାବୁଟଲା ଥାନା ବଙ୍ଗୋମୁଣ୍ଡା ଜିଲ୍ଲା ବଲାଙ୍ଗିରର ସ୍ୱର୍ଗତ ଲୋକନାଥ ବେହେରାଙ୍କ ତୃତୀୟ ପୁତ୍ର ତଥା ପଶ୍ଚିମ ଓଡ଼ିଶା ଉତ୍କଳ ଶୁଣ୍ଢି ସମାଜର ସଭାପତି ଉଦ୍ଧବ ବେହେରାଙ୍କର ଛୋଟ ଭାଇ ଏବଂ ବଙ୍ଗୋମୁଣ୍ଡା ବ୍ଲକ୍ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରାଙ୍କ ଛୋଟ ଭାଇ ଅଟନ୍ତି ସୁବେଧାର ମେଜର ମହତାବ ବେହେରା । ଏକତିରିଶ ତାରିଖ ବାରମାସ ଦୁଇହଜାର ତିନି ମସିହାରେ ବିଏସଏଫ୍ରେ ସବଇନିସ୍ପେକ୍ଟର ଭାବେ ଯୋଗଦାନ କରିଥିଲେ, ପରେ ସେ ପ୍ରମୋସନ ପାଇ ଇନସ୍ପେକ୍ଟର ହୋଇଥିଲେ । ଇନସ୍ପେକ୍ଟର ଥିବା ସମୟରେ ସିଏ ପାଞ୍ଚ ବର୍ଷ ଧରି ଏମଏସଜି ବ୍ଲ୍ୟାକ୍ କେଟ୍ କମାଣ୍ଡୋ ଭାବେ ବିଭିନ୍ନ ବିହିପି ସୁରକ୍ଷା ଦାୟିତ୍ଵ ସଫଳତାର ସହ ପାଳନ କରିଥିଲେ, ତା’ପରେ ସିଏ ଏଣ୍ଟିନକ୍ସାଲ ଅପରେଶନରେ ଓଡ଼ିଶା ତଥା କାଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ ଏବଂ ବାଙ୍ଗଲାଦେଶ ସୀମାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ବର୍ତ୍ତମାନ ସିଏ ପନ୍ଦର ବାଟାଲିୟନ୍ ବିଏସଏଫ୍ରେ ଦଶ ବର୍ଷ ଧରି ସୁବେଧାର ମେଜର ଭାବେ କାର୍ଯ୍ୟରତ ସେବା କରୁଛନ୍ତି । ତାଙ୍କର ଦୀର୍ଘଦିନର ନିଷ୍ଠାପୂର୍ଣ୍ଣ ସେବା ଓ ଦେଶ ପ୍ରତି ଅଦାନକୁ ସମ୍ମାନ ଜଣାଇ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ଜାନୁଆରୀ ଛବିଶ ଦୁଇହଜାର ଛବିଶରେ ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହେବେ ବୋଲି ସୂଚନା ମିଳିଛି ।