pakka

ଡ. ସଞ୍ଜୟ ପଣ୍ଡାଙ୍କୁ ରାଜ୍ୟର ପ୍ରଥମ ଶ୍ରେଷ୍ଠ ଯୋଗାସନ କ୍ରୀଡା ବିଚାରକ ପୁରସ୍କାର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯୋଗାସନ କ୍ରୀଡା ସଂଘ, ଓଡ଼ିଶା (ୱାଇଏସ୍‌ଏଓ) ହେଉଛି ଭାରତ ସରକାରଙ୍କ ଯୁବ କାର୍ଯ୍ୟକ୍ରମ ଓ ଖେଳ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଜାତୀୟ ଯୋଗାସନ କ୍ରୀଡା ସଂଘ (ଏନ୍‌ୱାଇଏସ୍‌ଏଫ) ଦ୍ୱାରା ମାନ୍ୟତାପ୍ରାପ୍ତ ଅନୁଷ୍ଠାନ । ୱାଇଏସ୍‌ଏଓ ପକ୍ଷରୁ ପ୍ରତି ବର୍ଷ ରାଜ୍ୟର ଶ୍ରେଷ୍ଠ ଯୋଗାସନ କ୍ରୀଡା ବିଚାରକ, ଖେଳାଳି ଓ ପ୍ରଶିକ୍ଷକଙ୍କୁ ସମ୍ମାନିତ କରାଯିବ ବୋଲି ୱାଇଏସ୍‌ଏଓର ରାଜ୍ୟ ଉପସଭାପତି ରଘୁନାଥ ସାହୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଏବଂ ଏହି ଅବସରରେ ୱାଇଏସ୍‌ଏଓ ପକ୍ଷରୁ ଚଳିତ ବର୍ଷର ଶ୍ରେଷ୍ଠ ଯୋଗାସନ କ୍ରୀଡା ବିଚାରକ ଭାବେ କିଟ୍‌ର ଆଧ୍ୟାତ୍ମିକତା ଓ ଯୋଗ ବିଜ୍ଞାନର ଅଧ୍ୟାପକ ଡ. ସଞ୍ଜୟ କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଛି । ଡ. ପଣ୍ଡା ପୂର୍ବରୁ ସର୍ବ ଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡା, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କ୍ରୀଡା, ସର୍ବ ଭାରତୀୟ ଯୋଗାସନ କ୍ରୀଡା ପ୍ରତିଯୋଗୀତା ଓ ଆନ୍ତର୍ଜାତୀୟ ଯୋଗ ଷ୍ଟାର ଆଦି ବହୁ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଚାରକ ଭାବେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି । ଏହି ଅବସରରେ ଡ. ପଣ୍ଡାଙ୍କୁ ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପତଞ୍ଜଳୀ ଯୋଗ ସମିତିର ଓଡ଼ିଶା ପ୍ରଭାରୀ ସୁଧାଂଶୁ ଅଧିକାରୀ ଆଦି ବହୁ ବିଶିଷ୍ଟ ବ୍ୟକ୍ତି ଅଭିନନ୍ଦନ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

2 × 5 =

error: Content is protected !!