pakka

ରୂପଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

bbehera

ଚୌଦ୍ୱାର : ଚୌଦ୍ୱାରର ରୂପଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତିନିକୋଣିଆ ସ୍ଥିତ ଯାତ୍ରା କମିଟି କାର୍ଯ୍ୟାଳୟରେ ଏହି ବୈଠକ କରାଯାଇଥିଲା । ଯାତ୍ରା କମିଟି ସଭାପତି ସୁବୋଧ ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଆସନ୍ତା କୁମାର ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇ ଦୀର୍ଘ ୫ଦିନ ଧରି ଏହା ଅନୁଷ୍ଠିତ ହେବ । ବୈଠକରେ ଏହି ପ୍ରସିଦ୍ଧ ଯାତ୍ରାକୁ ନେଇ ବିଭିନ୍ନ ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଜୋନ୍‌-୧ ଏସିପି ଅରୁଣ କୁମାର ସ୍ୱାଇଁ, ଆଇଆଇସି ବିରଞ୍ଚି ନାରାୟଣ ପତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଚଳିତ ବର୍ଷ ରୂପଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ଓ ଯାତ୍ରାକୁ ନିଶାମୁକ୍ତ ରଖିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ମେଢ଼ ମାଲିକ ମାନଙ୍କୁ ନିବେଦନ କରିଥିଲେ । ଭସାଣ ଶୋଭାଯାତ୍ରାରେ ମେଢ଼ ମାନଙ୍କର ସ୍ଥିତି ପରଖିବା ପାଇଁ ପ୍ରତି ମେଢ଼ରେ ଜିପିଆରଏସ୍‌. ସିଷ୍ଟମ୍‌ ଲଗାଇବା ପାଇଁ ପୁଲିସ୍‌ ତରଫରୁ ମେଢ଼ ମାଲିକ ମାନଙ୍କୁ ଅନୁରୋଧ କରାଯାଇଥିଲା । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ଇମ୍ଫା ଲୋକ ସମ୍ପର୍କ ମ୍ୟାନେଜର ଧୃବ ଚରଣ ରାଉତ, ଜନସ୍ୱାସ୍ଥ୍ୟ, ବିଦ୍ୟୁତ୍‌, ଅଗ୍ନିଶମ ଆଦି ବିଭାଗର ପ୍ରତିନିଧି ମାନେ ଏହି ବୈଠକରେ ଯୋଗଦେଇ ଯାତ୍ରାକୁ ସୁନ୍ଦର କରିବା ଦିଗରେ ସମସ୍ତ ସହଯୋଗ କରିବା ପାଇଁ ପ୍ରତିାୃତି ଦେଇଥିଲେ । କମିଟି ସମ୍ପାଦକ ନାରାୟଣ ସ୍ୱାଇଁ ବିବରଣୀ ପ୍ରଦାନ କରିଥିଲେ । ଯାତ୍ରା କମିଟିର ସମସ୍ତ ସଦସ୍ୟ ଓ ୪୩ଟି ମେଢ଼ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

11 − 6 =

error: Content is protected !!