om academy

ଥାଳବନ୍ଧ ଓ ବ୍ରାହ୍ମଣୀଜୋର୍ ହାଇସ୍କୁଲରେ ୧୨ବର୍ଷ ପରେ ପ୍ରଧାନ ଶିକ୍ଷକ ପଦବୀ ହେଲା ପୂରଣ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୧୨ ବର୍ଷ ପରେ ଦେଓଗାଁ ବ୍ଳକ ମକୁନ୍ଦପୁର ପଞ୍ଚାୟତର ଥାଲବନ୍ଧ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଓ ବ୍ରାହ୍ମଣୀଜୋର ଉନ୍ନିତ ଉଚ୍ଚ ବିଦ୍ୟାଳୟର ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ପୂରଣ ହୋଇଛି । ଉପରୋକ୍ତ ଦୁଇଟି ସ୍କୁଲ ଉନ୍ନିତ ହେବା ଦିନ ଠାରୁ ପଦବୀ ଖାଲି ଥିଲା । ଗତ ୪ତାରିଖ ଦିନ ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲର ସହକାରୀ ଶିକ୍ଷକ ବିଭୂତୀ ଭୂଷଣ ବେହେରା ଓ କୁତୁର୍ଲା ସୁରଧନୁ ହାଇସ୍କୁଲର ସହକାରୀ ଶିକ୍ଷକ ରତନ ମେହେରଙ୍କୁ ପଦୋନ୍ନତି ଦେବା ପରେ ଜିଳ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗଦେବା ପରେ ଗୁରୁବାର ଶ୍ରୀଯୁକ୍ତ ବେହେରା ବନ୍ଧପାଲି ଓ ଶ୍ରୀଯୁକ୍ତ ମେହେରଙ୍କୁ ବ୍ରାହ୍ମଣୀଜୋର ଉନ୍ନିତ ହାଇସ୍କୁଳରେ ଯୋଗଦେଇଥିବା ଜଣାପଡ଼ିଛି । ଦୀର୍ଘ ୧୨ ବର୍ଷ ପରେ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ପୂରଣ ହୋଇଥିବାରୁ ଉଭୟ ଗାଁରେ ଶିକ୍ଷା ପ୍ରେମୀଙ୍କ ମନରେ ଖୁସିର ଲହରି ଖେଳି ଯାଇଥିବା ବେଳେ ଶିକ୍ଷାର ବିକାଶ ପାଇଁ ସରକାରୀ ନିୟମ ଅନୁସାରେ ଶିକ୍ଷକ ଓ ପରିଚାଳନା କମିଟିର ସହଯୋଗରେ ସବୁ ପ୍ରକାର ବିକାଶ ପାଇଁ ଉଦ୍ୟମ କରାଯିବ ବୋଲି ଉଭୟ ପ୍ରଧାନ ଶିକ୍ଷକ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.