pakka

ରାଣୀପୁରଝରିଆଲରେ ପୁଣିଥରେ ଦେଖିବାକୁ ମିଳିଛି ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ରାଣୀପୁରଝରିଆଲରେ ପୁଣିଥରେ ଦେଖିବାକୁ ମିଳିଛି ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ । କିଛିଦିନ ତଳେ ଫ୍ରାନ୍ସର ପର୍ଯ୍ୟଟକମାନେ ମନ୍ଦିର ମାଳିନୀ ରାଣୀପୁରଝରିଆଲ ପରିଭ୍ରମଣ କରି ଫେରିଥିବା ବେଳେ ଆଜି ଜାପାନର ପର୍ଯ୍ୟଟକମାନେ ରାଣୀପୁରଝରିଆଲ ପହଞ୍ଚି ସୋମେଶ୍ୱର ମହାଦେବ ମନ୍ଦିର, ୬୪ ଯୋଗିନୀ ପୀଠ, ଇନ୍ଦ୍ରଲାଟ ମନ୍ଦିର ସହ ବିଭିନ୍ନ ମନ୍ଦିର ବୁଲାବୁଲି କରି ଫେରି ଯାଇଛନ୍ତି । ଗୋଟିଏ ସପ୍ତାହରେ ଦୁଇ ଦେଶର ପର୍ଯ୍ୟଟକଙ୍କୁ ପୀଠରେ ପାଇ ମନ୍ଦିର କମିଟି ସହ ଅଞ୍ଚଳବାସୀ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ସୋମ ତିର୍ଥ ଭାବେ ପ୍ରସିଦ୍ଧ ଥିବା ଏହି ପୀଠ ସହିତ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡିତ ଥିବାରୁ ପ୍ରତିଦିନ ଶହଶହ ସଂଖ୍ୟାରେ ଜିଲ୍ଲା ତଥା ରାଜ୍ୟ ବାହାରୁ ଦର୍ଶନାଭିଳାସୀ ତଥା ପର୍ଯ୍ୟଟକ ଆସିଥାନ୍ତି । ତେବେ ମୌଳିକ ସୁବିଧା ନ ଥାଇ ଏଏସ୍‌ଆଇ (ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆ) ପକ୍ଷରୁ ଲଗାଯାଇଥିବା କଟକଣା ଯୋଗୁଁ ସାଧାରଣ ପର୍ଯ୍ୟଟକଙ୍କ ସହ ବିଦେଶୀ ପର୍ଯ୍ୟଟକ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖାଯାଇଛି । ମନ୍ଦିର ଟ୍ରଷ୍ଟ କମିଟି ଏହାକୁ ନେଇ ଏଏସ୍‌ଆଇ ବିଭାଗକୁ ବାରମ୍ବାର ଜଣାଇଥିଲେ ହେଁ ବିଭାଗ କର୍ଣ୍ଣପାତ କରୁନଥିବାରୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଶୀଘ୍ର ଏହାର ସମାଧାନ ପାଇଁ ଏଏସ୍‌ଆଇ ବିଭାଗକୁ ଜଣାଇବା ପାଇଁ ଦାବି ହେଉଛି ।

jay balangir
Leave A Reply

Your email address will not be published.

20 + fourteen =