pakka

ବଙ୍ଗୋମୁଣ୍ଡାକୁ ଏନ୍ଏସିର ମାନ୍ୟତା ଦାବି ନେଇ ସ୍ମାରକପତ୍ର ପ୍ରଦାନ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତକୁ ଏନ୍ଏସିର ମାନ୍ୟତା ଦାବି ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବତନ ବଲାଙ୍ଗିର ସାଂସଦ ତଥା ବର୍ତ୍ତମାନ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ବାସଭବନରେ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ ଓ ସୁଶୀଲ କୁମାର ଜୈନ, ସନ୍ତୋଷ ତ୍ରିପାଠୀ, ସୁଧାଂଶୁ ପୁଟେଲ, ପରମେଶ୍ୱର ପଣ୍ଡା, ପ୍ରତିକ ପୁଟେଲ ପ୍ରମୁଖ ଭେଟି ବଙ୍ଗୋମୁଣ୍ଡାକୁ କିଭଳି ଏନ୍ଏସିର ମାନ୍ୟତା ମିଳିବ ତା ଉପରେ ଏକ ଆଲୋଚନା ତଥା ଦାବିପତ୍ର ପ୍ରଦାନ କରାଯାଇଛି । ଶ୍ରୀ ସିଂହଦେଓ ତୁରନ୍ତ ସିଏମ୍‌ଓ ଓ ଫାଇଭ-ଟି ସଚିବଙ୍କୁ ଏ ବିଷୟରେ ଅବଗତ କରିଥିଲେ ଏବଂ ଆପ୍ରାଣ ଚେଷ୍ଟା କରି ବଙ୍ଗୋମୁଣ୍ଡାକୁ କେମିତି ଏନ୍ଏସି ମିଳିବ ତାର ଶୀଘ୍ର ସମାଧାନ ହେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ପୂର୍ବରୁ ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା ।

jay balangir
Leave A Reply

Your email address will not be published.

fifteen − three =