କୋଭିଡ କେୟାର ସେଣ୍ଟରର ପୁନଃ କାର୍ଯ୍ୟକ୍ଷମ ଓ ଆଇସିୟୁ ସୁବିଧା ପାଇଁ ଦାବୀପତ୍ର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଠାରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୋଭିଡ କେୟାର ସେଣ୍ଟର ପୁନଃ କାର୍ଯ୍ୟକ୍ଷମ ଦାବୀ କରାଯାଇଛି । ତାସହ କଣ୍ଟାବାଞ୍ଜି ହସ୍ପିଟାଲରେ ପାଞ୍ଚଟି ଆଇସିୟୁ ସ୍ଥାପନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କଠାରେ କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ ଦାବୀ ଉପସ୍ଥାପନ କରାଯାଇଛି । ଆଜି କଣ୍ଟାବାଞ୍ଜି ସଚେତନ ନାଗରିକ ପକ୍ଷରୁ ଆବହାତ ଡ଼. ସଞ୍ଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ନାଗରିକ ମଞ୍ଚର ସଦସ୍ୟ କାହ୍ନୁଚରଣ ମିଶ୍ର , ଆଇନଜୀବୀ ବ୍ରଜଶ୍ୟାମ ଗୁରୁ, ପୂର୍ବ ୱାର୍ଡ ସଭ୍ୟା ମନୋରମା ରାଉତ, ମହାକାଳୀ ମହିକା ସଂଘର ବେମତି ପୁଟେଲ, ସାମ୍ବାଦିକ ଜୀବନାନନ୍ଦ ମହାନ୍ତି ପ୍ରମୁଖ ତହସିଲଦାରଙ୍କୁ ଭେଟି କଣ୍ଟାବାଞ୍ଜିଠାରେ କୋଭିଡ କେୟାର ସେଣ୍ଟର ଓ ଆଇସିୟୁର ଆବଶ୍ୟକତା ଉପରେ ବିଶେଷ ଆଲୋଚନା କରିବା ସହ ଗରିବ, ଦାଦନ ପ୍ରବଣ ଓ ମାଓ ଅଧ୍ୟୁଷିତ ବଙ୍ଗୋମୁଣ୍ଡା, ତୁରେକେଲା, ଖପ୍ରାଖୋଲ ବାସିନ୍ଦାଙ୍କ ପାଇଁ ଏହାର ଆବଶ୍ୟକତା ଉପରେ ଗରୁତ୍ୱାରୋପ କରିଥିଲେ । କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝୀ ଉକ୍ତ ଦାବୀକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.