jayashree

ପାଇକମାଲ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ଧନ୍ଵନ୍ତରୀ ଦେବଙ୍କ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ପରିସରରେ ମହାସମାରୋହରେ ଭଗବାନ ଧନ୍ଵନ୍ତରୀଙ୍କ ପୂଜା ଅର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । କର୍ତ୍ତା ଭାବରେ ଡ଼ା ଅଜିତ କୁମାର ଦର୍ଜୀ, ତଥା ପୂଜକ ଭାବରେ ମୁନା ଦେବତା ଦାୟିତ୍ୱ ତୁଳାଇ ଥିଲେ । ଲଗ୍ନ ଅନୁସାରେ ବିଧିବିଧାନ ସହ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଡାକ୍ତର ମୁରଲୀଧର ବାଗଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଅନୁଷ୍ଠିତ ପୂଜାରେ ଡ଼ା. ଶ୍ରୀକାନ୍ତ ନାଗ, ଡ଼ା. ଲେବିୟ ସାଗର, ଡ଼ା. ନିରୁପମା ନାୟକ, ଡ଼ା. ସ୍ଵାଗତିକା ପଧାନଙ୍କ ସହ ବିଶ୍ୱନାଥ ପଧାନ, ସୁରଜ ପଣ୍ଡା, ସଞ୍ଜୟ ସାମଲ, ସୁନୀଲ କୁମ୍ଭାର, ଜୟ ବଢ଼େଇ, ବିକାଶ କୁମ୍ଭାର, ହେମଲତା ପାଣିଗ୍ରାହୀ, ସନ୍ତୋଷ ପ୍ରଧାନ ପ୍ରମୁଖ କର୍ମଚାରୀମାନେ ବିଭିନ୍ନ କାମରେ ସହଯୋଗ କରିଥିଲେ । ଏନେଇ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ବଡ଼ ଶତପଥୀ, ମୁଖ୍ୟବକ୍ତା ଭାବରେ ଡାକ୍ତର ମାନଭଞ୍ଜନ ପଣ୍ଡା, ସମ୍ମାନିତ ଅତିଥି ଭାବେ ମାନସ ନାୟକ ଯୋଗ ଦେଇ, ପୂଜା, ଉପାସନା, ରୋଗୀ ସେବା, ଡାକ୍ତର ମାନଙ୍କୁ କାହିଁକି ଭଗବାନର ଆଖ୍ୟା ଦିଆଯାଇଥାଏ ସେନେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଠାରେ ଦୈନନ୍ଦିନ ପ୍ରାୟ ୩୦୦ ରୋଗୀଙ୍କୁ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରାଯାଉଥିବାରୁ ଅତିଥିମାନେ ବହୁତ ଖୁସି ହୋଇଥିଲେ । ସଭାକୁ ଡାକ୍ତର ଶ୍ରୀକାନ୍ତ ନାଗ ପରିଚାଳନା କରିଥିବା ବେଳେ ଡାକ୍ତର ଶ୍ରୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.