
ବରଗଡ, (ନିରୋଜ କୁମାର ପାଣୀ) : ଶୁଭ ଦୀପାବଳି ଅବସରରେ ବରଗଡ ଜିଲ୍ଲାର ଖରମୁଣ୍ଡା (ବିଜେପୁର) ଅନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକ ବୈଠକ ତଥା ବସ୍ତ୍ର ବଣ୍ଟନ ଗ୍ରାମର ଶିବ ମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ବୟୋଜ୍ୟେଷ୍ଠ ବୃଦ୍ଧବୃଦ୍ଧାଙ୍କୁ ପ୍ରଥମେ ଅନ୍ନ ପ୍ରସାଦ ଦିଆଯିବା ପରେ ଶୀତବସ୍ତ୍ର ବଣ୍ଟନ କରାଗଲା । ଏହି କାର୍ଯ୍ୟକ୍ରମରେ ମୋଟ୍ ୮୦ଜଣ ବୃଦ୍ଧବୃଦ୍ଧା ନିମନ୍ତ୍ରିତ ହୋଇଥିଲେ । ଦୀପାବଳି ଅବସରରେ ଏମିତି ଏକ ନିଆରା ପର୍ବ ଗତବର୍ଷ ଠାରୁ ଗ୍ରାମର ଉତ୍ସାହୀ ଓ ସେବାଭାବୀ ବ୍ୟକ୍ତି ମାନଙ୍କ ଦ୍ୱାରା ଆରମ୍ଭ କରାଯାଇଛି । ଗ୍ରାମର ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜାରାମ ମେହେର, ଅବସର ପ୍ରାପ୍ତ କିରାଣୀପ୍ରେମରାଜ ବେହେରା ଓ ନିରୋଜ ଭାଇ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ପଞ୍ଚାନନ ପଧାନ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ । ସୋମନାଥ ମେହେର, ଡାକ୍ତର ଖୁର୍ଡିଆ, ପ୍ରହଲ୍ଲାଦ ମହାପାତ୍ର, ଇନ୍ଦ୍ରଜିତ୍ ବିଶି, ପ୍ରମୋଦ ପ୍ରଧାନ, ଅଗ୍ନି ବାରିକ, ତରଣୀସେନ୍ ନାଗ, ସାନନ୍ଦ ମେହେର, ସନ୍ତୋଷ ଯୋଶୀ, ଦେବରାଜ ଖୁର୍ଡ଼ିଆ, ବଲ୍ମିକ ଦଣ୍ଡସେନା, ଗୌରାଙ୍ଗ ଦଣ୍ଡସେନା, ରୁଦ୍ରଦୟାଲ ପ୍ରଧାନଙ୍କ ସମେତ ଶ୍ରୀମତୀ ଅନିତା ଭୋଇ, ଅର୍ପିତା ପ୍ରଧାନ, ସୁନୀତି ବେହେରା, ଓ ମାଳତୀ ଖୂର୍ଡିଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।